News
WhatsApp Image 2023-10-04 at 17.25.00
samparksetu

କାଗଜ କଲମରେ ସୌନ୍ଦର୍ଯ୍ୟକରଣ ; ପାର୍କରେ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ,ଆକୃଷ୍ଟ କରିପାରୁନି ସହର ବାସୀଙ୍କୁ

ଢେଙ୍କାନାଳ ସହରରେ ଥିବା ବଭିନ୍ନ ପାର୍କ ଏବେ ଅବହେଳିତ ହୋଇପଡିରହିଛି । ସୌନ୍ଦର୍ଯ୍ୟ କରଣ ନାମରେ ପ୍ରଶାସନ ତରଫରୁକୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ପୁରୁଣା ପାର୍କ ଗୁଡିକର ରକ୍ଷଣାବେକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ମାନସିକତା ନାହିଁ ।

ଢେଙ୍କାନାଳ ପୌରପାଳିକା ଅଧିନରେ ରହିଛି ସହର ମଧ୍ୟରେ ଅନେକ ପାର୍କ । ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଗୋଡି ପୋଖରୀ ଉପରେ ନିର୍ମାଣ ହୋଇଛି ଏକ ପାର୍କ । ଏହି ପାର୍କରେ ୧୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ପାର୍କଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ପୌରପାଳିକ ନିଘୋଡ ନିଦରେ ଶୋଇଥିବା ବେଳେ ଅପନ୍ତରା ହୋଇ ପଡିରହିଛି ଏହି ପାର୍କ ।

ସହରର ଟ୍ରାଇବାଲ ମ୍ୟୁଜିୟମ ସମ୍ମୁଖରେ ଥିବା ପାର୍କରେ ବି ଖର୍ଚ୍ଚ ହୋଇଛି ଲକ୍ଷ ଲକ୍ଷ ଟଙ୍କା ହେଲେ ତା ବି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । କେବଳ ସେତିକି ନୁହେଁ ୨୦୧୯ ସ୍ୱାଧିନତା ଦିବସରେ ୮ଲକ୍ଷ ଟଙ୍କା ବ୍ୟୟ ବରାଦରେ ବସଷ୍ଟାଣ୍ଡରେ ନିକଟରେ ନିର୍ମିତ ହୋଇଛି ଗାନ୍ଧୀ ପାର୍କ । ତେବେ ଏତେ ଟଙ୍କା କୋଉଠି ଖର୍ଚ୍ଚ ହେଲା ତାକୁ ନେଇ
ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କେତୋଟି ସୋ ଗଛକୁ ଛାଡିଦେଲେ ଫୁଲ ଗଛ ତ ଗଛ ୱାଟର ଫାଉଂଟେନ ଟି ଅଚଳ ହୋଇପଡିଛି ।ଏହା କେବଳ ଯିବା ଆସିବା ଲୋକଙ୍କ ପାଇଁ ଆଶ୍ରୟ ସ୍ଥଳ ପାଲଟିଛି । ଏ ସଂକ୍ରାନ୍ତରେ ପୌର ଅଧିକାରୀ ଅତନୁ କୁମାର ସାମନ୍ତଙ୍କୁ ଯୋଗାଯୋଗ କଲେ ସେ କୁହନ୍ତି ସହରରେ ୮ଟି ପାର୍କ ନିର୍ମାଣ ଯୋଜନା ରହିଥିବାବେଳେ ତାର ଯତ୍ନ ଏବଂ ରକ୍ଷଣାବେକ୍ଷଣ କଏି କରିବ ତାର ନଷ୍ପତି ହୋଇନାହିଁ ।

new life
You might also like
error: Content is protected !!