News
WhatsApp Image 2023-10-04 at 17.25.00
samparksetu

ଟାଟା ଷ୍ଟିଲ ମେରାମଣ୍ଡଳୀରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ସଡ଼କ ସୁରକ୍ଷା ପ୍ରତି ନିଜର ପ୍ରତିଶ୍ରୁତି ବଦ୍ଧତାକୁ ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ଢେଙ୍କାନାଳ ଜିଲ୍ଲା ନରେନ୍ଦ୍ରପୁରଠାରେ ଅବସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ସଡ଼କ ସୁରକ୍ଷା ମାସ ଅବସରରେ ଚାଲିଥିଲା ଅଭିଯାନ ଅନ୍ତର୍ଗତ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ଜିଲ୍ଲା ପ୍ରଶାସନ ସହାୟତାରେ କାରଖାନା ପାର୍ଶ୍ଵବର୍ତ୍ତି ୫୫ତମ ଜାତୀୟ ରାଜପଥରେ ବୈଠକ, ମେଗା ସଡ଼କ ସୁରକ୍ଷା ସଚେତନତା ର‌୍ୟାଲି,
ଅତର୍କିତ ମଦ୍ୟପାନ ଯାଂଚ, ସକରାତ୍ମକ ସଡ଼କ ସୁରକ୍ଷା ବ୍ୟବସ୍ଥା ଭଳି ବିଷୟବସ୍ତୁ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି ।

ସୁରକ୍ଷା, ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ ହ୍ରାସ କରିବା ପାଇଁ ଉଭୟ କର୍ମଚାରୀ ଓ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରିବା ପାଇଁ ଏହି
ସଚେତନତା ଅଭିଯାନର ଆୟୋଜନ କରାଯାଇଛି । ଏହା ବ୍ୟତୀତ କାରଖାନାର ସଡ଼କ ସୁରକ୍ଷା ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା କାରଖାନାର ଟ୍ରାଫିକ୍ ସ୍ୱେଚ୍ଛାସେବୀ ଓ ସୁରକ୍ଷା ବିଭାଗର କୁଇକ୍ ରିଆକ୍‌ସନ୍ ଟିମ୍‌ର ସଦସ୍ୟମାନଙ୍କୁ ଟାଟା ଷ୍ଟିଲ ମେରାମୁଣ୍ଡଳୀ ନିରାପତା ବିଭାଗ ମୁଖ୍ୟ ଶ୍ରୀ ଅଭିଷେକ ଶର୍ମା ସମ୍ମାନିତ କରାଯାଇଥିଲା ।

ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ତତ୍ୱାବଧନାରେ ଚଳିତ ବର୍ଷ ଜାନୁଆରୀ ୧୮ରୁ ଫେବୃଆରୀ ୧୭ ମଧ୍ୟରେ ୩୩ତମ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି । ଦେଶ ମଧ୍ୟରେ ସଡ଼କ ସୁରକ୍ଷା ଅଭିଯାନକୁ ପ୍ରୋତ୍ସାହିତ କରି ଜାତୀୟ ସୁରକ୍ଷା ପରିଷଦ ସରକାରଙ୍କ ପଦକ୍ଷେପକୁ ଅନୁପୂରଣ କରୁଛି । କୋଭିଡ଼-୧୯ ନିୟମକୁ ଧ୍ୟାନରେ ରଖି ଏହି ମାସିକିଆ ଅଭିଯାନକୁ ପ୍ରାୟତଃ ଭର୍ଚୁଆଲ ମଂଚ ଜରିଆରେ ଆୟୋଜନ କରାଯାଇଛି ।

ଏହା ଅନ୍ତର୍ଗତ ପ୍ରମୁଖ ରୂପେ ଅନ୍‌ଲାଇନ୍ କୁଇଜ ପ୍ରତିଯୋଗିତା, ଅନ୍‌ଲାଇନ୍ ବିପଦ ଚିହ୍ନଟ ପ୍ରତିଯୋଗିତା ଇତ୍ୟାଦିର ଆୟୋଜନ କରାଯାଇଛି । ଏହାବ୍ୟତୀତ ଉକ୍ତ ଅଭିଯାନ ଅନ୍ତର୍ଗତ କର୍ମଚାରୀ, ଠିକା କର୍ମଚାରୀ ଓ ଭେଣ୍ଡର ସହଯୋଗୀଙ୍କ ଦ୍ୱାରା କୌଣସି ପ୍ରକାର ଉଲ୍ଲେଖନୀୟ ପ୍ରଦର୍ଶନକୁ ଏହି ଅଭିଯାନ ସମାପ୍ତ ହେବା ପରେ ମାନ୍ୟତା ପ୍ରଦାନ ସହିତ ସମ୍ମାନିତ ମଧ୍ୟ କରାଯାଇଛି ।

new life
You might also like
error: Content is protected !!