ପରଜଙ୍ଗ ବ୍ଲକ ମାଣିକ ମରା ଗ୍ରାମରେ ଶିବାନନ୍ଦ ତପୋ ଭୂମି ଆଶ୍ରମରେ ସ୍ୱାଧ୍ୟାୟ ସାଧନା ଶିବିର ତଥା ୨୧ ତମ ବାର୍ଷିକ ମହୋତ୍ସବ ଚାଲୁ ଅଛି। ଏହା ୩ଦିନ ଧରି ଚାଲିବ।
ବସନ୍ତ ପଞ୍ଚମୀ ଠାରୁ ଆରମ୍ଭ ହୋଇ ସପ୍ତମୀ ପର୍ଯ୍ୟନ୍ତ ଅର୍ଥାତ୍ ଫେବୃଆରୀ ୫,୬ ଓ ୭ ତିନିଦିନ ଧରି ଯଜ୍ଞ, ବେଦବ୍ୟାଖ୍ୟାନ, ଦାର୍ଶନିକ ଚିନ୍ତନ, ସ୍ୱାଧ୍ୟାୟ ଓ ସାଧନା ଅନୁଷ୍ଠିତ ହେବ। ଏଥିରେ ସମଗ୍ର ଭାରତ ବର୍ଷର କୋଣ ଅନୁକୋଣ ରୁ ବ୍ରହ୍ମଚାରୀ ମାନେ ଏହି ତିନି ଦିନ ପାଇଁ ଏଠାକୁ ଆସନ୍ତି।
ଏଠାରେ ଦିନରାତି ଆଶ୍ରମର ଅନ୍ତେବାସୀ ମାନେ ସ୍ବାମୀ ସ୍ଵତନ୍ତ୍ର ନନ୍ଦ ସରସ୍ୱତୀଙ୍କ ଦ୍ଵାରା ବେଦ ବ୍ୟାଖାନ, ଦାର୍ଶନିକ ଚିନ୍ତନ, ସ୍ୱାଧ୍ୟାୟ ଓ ସାଧନା ଉପରେ ଆଲୋଚନା ଚକ୍ର ରେ ଭାଗ ନେଇଛନ୍ତି। ଆଲୋଚନା ସରିବା ପରେ ସମୂହ ପ୍ରସାଦ ସେବନ କରି କାର୍ଯ୍ୟକ୍ରମ ଶେଷ କରୁଛନ୍ତି। ପରଦିନ ପୁଣି ନିଜ ନିଜ ଜାଗା କୁ ସମସ୍ତେ ପ୍ରସ୍ଥାନ କରନ୍ତି। ସେହି ଦୁଇ ଦିନ ଆଖପାଖ ଅଞ୍ଚଳରୁ ବହୁ ଭକ୍ତ ପ୍ରବଚନ ଶୁଣନ୍ତି। ଆର୍ଯ୍ୟ ସମାଜ ଉପରେ ଜ୍ଞାନ ଆହରଣ କରନ୍ତି।