ନମସ୍ତେ ମା ମହାମାୟା
ମହାପାତକନାଶିନୀ
ନମସ୍ତେ ମା ବ୍ରହ୍ମାଜାୟା
ରୂପସୌଭାଗ୍ୟଦାୟିନୀ ।
ନିହାରିକା ମହାଶ୍ୱେତା
ବିଦ୍ୟାରୂପା ଜ୍ଞାନେଶ୍ୱରୀ
ନିରଞ୍ଜନା ମହାବିଦ୍ୟା
କାମପ୍ରଦା କାଦମ୍ବରୀ ।
ଶିବାନୁଜା ବରପ୍ରଦା
ବିଶାଳାକ୍ଷୀ ସୌଦାମିନୀ
ମହାଫଳା ଚନ୍ଦ୍ରଲେଖା
କାଳରାତ୍ରି ସୁଭାଷିନୀ ।
ଶ୍ରୀପଦା ପଦ୍ମନୀଳୟା
ମହାଙ୍କୁଶା ଚିତ୍ରାମ୍ୱରା
ଚନ୍ଦ୍ରିକା ଚନ୍ଦ୍ରବଦନା
ଜ୍ଞାନମୁଦ୍ରା ମହାକରା ।
ଭୋଗଦା ଭାରତୀ ଭାମା
ବିନ୍ଧ୍ୟାଚଳବିରାଜିତା
ବିମଳା ବିନିଦ୍ରା ବିଶ୍ୱା
ଚିତ୍ରମାଲ୍ୟବିଭୂଷିତା ।
ମଞ୍ଜୁଶ୍ରୀ ରିଧିମା କାନ୍ତା
ଅକ୍ଷରା ଅନିଶା ଶିବା
ସୁରଶା ସୁଭଦ୍ରା ଇରା
ବିଦୁଷୀ ବାଣୀଶ୍ରୀ କାବ୍ୟା ।
ନମସ୍ତେ ମା ବାଗ୍ ଦେବୀ
ସାରଦା ସୁରବନ୍ଦିତା
ନମସ୍ତେ ମା ମହାଭୂଜା
ରିଚା ପ୍ରଜ୍ଞା ରମା ମେଧା ।
✍️ଡ. ସୌମ୍ୟେନ୍ଦ୍ର ମିଶ୍ର