News
WhatsApp Image 2023-10-04 at 17.25.00
samparksetu

ଭଙ୍ଗା କୁଡିଆ ତଳେ ମା ଓ ଝିଅ !

ଢେଙ୍କାନାଳ ଜିଲ୍ଲା ର କାମାକ୍ଷାନଗର ବ୍ଲକ ରେ ଆଜିବି ଅନେକ ଗରିବ ଅସହାୟ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି । ଅନେକ ଙ୍କ ପାଖରେ ନା ଘର ଆଛି ନା ମିଳିଛି କୌଣସି ସରକାରୀ ସହାୟତା ।

ଏହିପରି ଏକ ପରିବାର ଅଛନ୍ତି କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କଣ୍ଟାପାଳ ପଞ୍ଚାୟତ ଗାଙ୍ଗିଯୋଡି ଗାଁରେ । ଏହି ଗାଁ ର ସ୍ବର୍ଗତ ଭୁବୁନୀ ଖମାରୀଙ୍କ ଅବିବାହିତା ଝିଅ ଅଞ୍ଜନା ଖମାରୀ (୪୧)। ମାଆକୁ ମିଳୁଥିବା ୫୦୦ ଟଙ୍କା ଭତ୍ତା ଓ ଚାଉଳ ୧୦ କିଲୋରେ ଚଳନ୍ତି ଉଭୟ।

ମୂଲ କରି ଆଣିଲେ ଚୁହ୍ଲୀ ଜଳେ ,ନହେଲେ ମାଆଝିଅ ଉପାସ। ବାପା ମରିବାର ଅନେକ ବର୍ଷ ପୂର୍ବରୁ ଘର ମରାମତି ହୋଇଥିଲା। ଘରର ଅବସ୍ଥା ଦେଖିଲେ ଲାଗୁଛି ମାଆ ଝିଅ ଶୋଇଥିବା ସମୟରେ କେଉଁ ଦିନ ସମାଧି ପାଲଟିଯିବେ। ଗାଁ ର ଅନେକ ସ୍ୱଚ୍ଛଳ ପରିବାର ଆବାସ ଯୋଜନାରେ ଘର ପାଇଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ଘର ମିଳି ନଥିବା ସେ ଅଭିଯୋଗ କରିଛନ୍ତି ।

ଅବିବାହିତା ଝିଅଙ୍କୁ ସରକାର ୩୫ ବର୍ଷ ପରେ ସହାୟତା ରୂପେ ଭତ୍ତା ଯୋଗାଇ ଦେଉଛନ୍ତି ହେଲେ ଅଞ୍ଜନାକୁ ଆଜି ପର୍ଯ୍ୟନ୍ତ ମିଳି ନାହିଁ। ପଞ୍ଚାୟତ ନିର୍ବାଚନ ସମୟରେ ଅନେକ ନେତା ଆସୁଛନ୍ତି ହେଲେ ପ୍ରତିଶ୍ରୁତି ଛଡ଼ା କିଛି ମିଳି ନାହିଁ।

new life
You might also like
error: Content is protected !!