ଗଁଦିଆ ଥାନା ଅନ୍ତର୍ଗତ ମନ୍ଦାର ସ୍ଥିତ ଠାକୁରାଣୀ ଙ୍କ ନିକଟରେ ଆଜି ଏକ ଯୁବକର ମୃତ ଦେହ ପଡିଥିବାର ଦେଖିବାକୁ ମିଳିଛି, ଉକ୍ତ ମୃତ ଯୁବ ହେଲେ ଭୁବନ ଥାନା ଅନ୍ତର୍ଗତ ଭୁବନ ଏନ ଏସି ର ୧୪ନଂ ୱାର୍ଡର ବିଶ୍ୱନାଥ ପାତ୍ର ଙ୍କର ପୁଅ ଉଦ୍ଧବ ପାତ୍ର (୩୨) ।
ତାଙ୍କର ମୃତ ଦେହ ପାଖରେ ଏକ ଟିଭିଏସ ବାଇକ ପଡିଛି । ତେବେ ମୃତକ ଉଦ୍ଧବ ଙ୍କର ମୃତ୍ୟୁ ସନ୍ଦେହ ଘେରରେ ଅଛି । ମୃତ ଶରୀର ପାଖରେ ଟେକା ପଥର ପଡିଥିବରୁ କେହି ତାଙ୍କୁ ମାରି ଦେଇଥିବା ସନ୍ଦେହ କରାଯାଉଛି ।ଖବର ପାଇ ଗଁଦିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତ ଉଦ୍ଧବ ଜଣେ କବାଡି ବେପାର କରେ ବୋଲି ଜାଣିବାକୁ ମିଲିଛି ।