News
WhatsApp Image 2023-10-04 at 17.25.00
samparksetu

ପୁଅର ମୃତ୍ୟୁକୁ ନେଇ ମା ଆଣିଲେ ହତ୍ୟା ଅଭିଯୋଗ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗଡପଳାଶୁଣୀ ଗ୍ରାମରେ ଜଣେ ଯୁବକ ଆମ୍ବଗଛ ରେ ଝୁଲୁଥିବା ର ଦେଖିବାକୁ ମିଳିଛି । ସୂଚନା ମୁତାବକ ମୃତକ ଜଣକ ହେଲେ ସେହି ଗ୍ରାମର ହଟ କିଶୋର ବିଶ୍ଵାଳ ଙ୍କ ପୁଅ ଜିତେନ୍ଦ୍ର ବିଶ୍ଵାଳ(୪୦) ।

ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଜିତେନ୍ଦ୍ର ବୈଦିକ ରିତିନୀତି ଅନୁସାରେ ପରଜଙ୍ଗ ବ୍ଲକ ପାଣିଭଣ୍ଡାର ଗ୍ରାମର ଗୋଲେଖ ଲେଙ୍କାଙ୍କ ଝିଅ ଲିପିନା ବିଶ୍ଵାଳ ୬ ବର୍ଷ ତଳେ ବିବାହ କରିଥିଲେ । ସ୍ଵାମୀ ସ୍ତ୍ରୀ ମଧ୍ୟରେ ମନାନ୍ତର ବାରମ୍ବାର ହେବାରୁ ଦୀର୍ଘ ଚାରି ବର୍ଷ ହେବ ଲିପିନା ନିଜ ବାପ ଘର ପାଣିଭଣ୍ଡାର ରେ ରହି ଆସୁଥିଲେ ।

ଗତ ପନ୍ଦର ଦିନ ତଳେ ଲିପିନା ଙ୍କ ଘର ଲୋକ ଓ ସମ୍ପର୍କୀୟ ମିଳିମିଶି ହଠାତ୍ ଗଡପଳାଶୁଣୀ ଜିତେନ୍ଦ୍ର ଙ୍କ ଘରେ ପହଞ୍ଚି ଥିଲେ ,ଯଦି ଲିପିକାଙ୍କୁ ଘରେ ନରଖିବ ତେବେ ଜୀନବନରୁ ମାରିଦେବା ପାଇଁ ଧମକ ଦେଇଥିଲେ , କିନ୍ତୁ ଆଜି ସକାଳୁ ଜିତେନ୍ଦ୍ର ଙ୍କ ମୃତ ଦେହ ଗଛରେ ଝୁଲୁଥିବା ଦେଖି ପୁଅକୁ ତାର ଶଶୁର ଘର ଲୋକ ହତ୍ୟା କରିଥିବା ନେଇ ମା ସୁକାନ୍ତି ବିଶ୍ଵାଳ ମହାବିରୋଡ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ।

ପ୍ରଥମେ ସୂଚନା ପାଇଁ ମହାବିରୋଡ ଫାଣ୍ଡି ଅଧିକାରୀ ପ୍ରଦୀପ ପାତ୍ର ପହଞ୍ଚି ଗଛରେ ଛୁଲନ୍ତା ଶବକୁ ତଳକୁ ଆଣିଥିଲେ । ଘଟଣାସ୍ଥଳରେ କାମାକ୍ଷାନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେଓ ଓ ପରଜଙ୍ଗ ଥାନା ଅଧିକାରୀ ସୈଭାଗ୍ୟ କୁମାର ସ୍ବାଇଁ ପହଞ୍ଚି ଅଧିକ ତଦନ୍ତ ଜାରି ରଖିବା ସହ ଉକ୍ତ ଶବକୁ ପୋଲିସ ଜବତ କରି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ କୁ ବ୍ୟବଛେଦ ପାଇଁ ପଠାଇଛି ।

new life
You might also like
error: Content is protected !!