News
WhatsApp Image 2023-10-04 at 17.25.00
samparksetu

ପଞ୍ଚାୟତ ନିର୍ବାଚନ ସୁପରିଚାଳନା ପାଇଁ ପ୍ରଶାସନ ଓ ପୋଲିସ ସମନ୍ୱୟ ବୈଠକ ; ଅବାଧ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ୱ

ଢେଙ୍କାନାଳ ଜିଲ୍ଲାରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସୁପରିଚାଳନା ନିମନ୍ତେ ଜିଲ୍ଲା ପ୍ରଶାସନ ଏବଂ ପୋଳିସର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଉତ୍ତେଜନା ପ୍ରବଣ ଇଲାକା ରେ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପାଟ୍ରୋଲିଂ ବ୍ୟବସ୍ଥା କରାଯିବ ।

କେହି ନିର୍ବାଚନ ଆଚରଣ ଵିଧି ଉଲଙ୍ଘନ କଲେ ସେମାନଙ୍କ ବିରୋଧ ରେ କାର୍ଯ୍ୟlନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ,ଉପଜିଲ୍ଲାପାଳ,ବିଡିଓ,ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ର୍ନିବାଚନକୁ ଅବାଧ,ନିରପେକ୍ଷ ଏବଂ ମୁକ୍ତ
କରି ସୁପରିଚାଳନା ନିମନ୍ତେ ସମସ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ବେଆଇନ ମଦ କାରବାର,ବିନା ଲାଇସେନ୍ସଧାରୀ ବନ୍ଧୁକ ଜବତ ସହିତ ପେଷାଦାର ଅପରାଧୀମାନଙ୍କ ଉପରେ କଡା ନଜର ରଖା ଯିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଫେବୃଆରୀ ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନରେ ସକାଳ ୭ରୁ ୧ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ ।ଦିନ ୧ଟା ପରେ ଭୋଟଦାନ କେନ୍ଦ୍ରର ପ୍ରବେଶ ଦ୍ୱାରକୁ ବନ୍ଦ କରାଯିବ ଏବଂ କେନ୍ଦ୍ର ପରିସର ମଧ୍ୟରେ ଥିବା ଭୋଟର ମାନେ ଭୋଟଦାନ କରିପାରିବେ ।

ନିର୍ବାଚନ ସୁପରିଚାଳନା ନିମନ୍ତେ ଜିଲ୍ଲାପାଳ ସମସ୍ତ ଉପଜିଲ୍ଲାପାଳ,ବିଡିଓ,ତହସିଲଦାର,ଉପଖଣ୍ଡ ପୋଲିସ ଅଧିକାରୀ,ଥାନାଧିକାରୀ ମାନଙ୍କସହିତ ଆଲୋଚନା କରି ପ୍ରସ୍ତୁତି
ସମ୍ପର୍କରେ ଅବଗତ ହୋଇଥିଲେ ।

ନିର୍ବାଚନକୁ ଅବାଧ ମୁକ୍ତ ଏବଂ ଶାନ୍ତି ଶୃଙ୍ଖଳାର ସହିତ କରିବା ପାଇଁ ପୋଲିସ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିବାର ଏସପି ଲୋଗାନୟାଗୀ ଦିବ୍ୟ ଭି ପ୍ରକାଶ କରିଛନ୍ତି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ ପ୍ରମୂଖ ଉପସ୍ଥିତ ଥିଲେ ।

new life
You might also like
error: Content is protected !!