ଢେଙ୍କାନାଳ ଜିଲ୍ଲାରେ ତ୍ରୀସ୍ତରୀୟ ନିର୍ବଚାନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରଚାର ସୋମବାର ସନ୍ଧ୍ୟାରେ ଶେଷ ହେଇଛି । ଦୁଇ ବ୍ଲକ ରେ ୧୬ ତାରିଖ ରେ ନିର୍ବାଚନ ଅନୁଷ୍ଠତି ହେଉଥିବା ବେଳେ ପ୍ରଶାସନ ପକ୍ଷରୁ
ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଗଁଦିଆ ବ୍ଲକରେ ମୋଟ ୨୯ ପଞ୍ଚାୟତ ପାଇଁ ଭୋଟ ହେଉଥିବାବେଳେ ଚଳିତ ନିର୍ବାଚନ ପାଇଁ ୱାର୍ଡମେମ୍ବର ୭୦୩ଜଣ, ସରପଞ୍ଚ ୧୫୪ଜଣ, ସମିତି ସଭ୍ୟ ୧୪୦ଜଣ, ଜିଲ୍ଲା ପରିଷଦ ପାଇଁ ୧୪ଜଣ
ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
ଏହି ବ୍ଳକରେ ମୋଟ ୧ ଲକ୍ଷ ୫୨ ହଜାର ୧୭୬ ଭୋଟର
ରହିଥିବା ବେଳେ ୨୬ ହଜାର ୨୪୮ ଜଣ ଏସସି ଏବଂ ୨୫ ହଜାର ୨୭୫ ଜଣ ଏସଟି ଭୋଟର ନିଜର ମତ ସାବ୍ୟସ୍ତ କରିବେ । ଏହି ବ୍ଲକରେ ଥିବା ୩ଟି ଜିଲ୍ଲାପରିଷଦ ଜୋନରେ ବିଜେପି ,ବିଜେଡି
ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି ।
ସେହିପରି ମୋଟ ୧ ଲକ୍ଷ ୬୫ ହଜାର ୧୧୭ ଭୋଟର ରହିଥିବା ବେଳେ ୩୭ ହଜାର ୧୮୮ ଏସସି ଏବଂ ୧୧ ହଜାର ୧୯୨ ଜଣ ଏସଟି ଭୋଟର ନଜି ର ମତ ସାବ୍ୟସ୍ତ କରିବେ ।ଏହି ବ୍ଲକରେ ୪ଟି ଜିଲ୍ଲାପରିଷଦ ଜୋନରେ ପାଇଁ ଭାଟ ଅନୁଷ୍ଠତି ହେଉଥିବା ବେଳେ ୩୫ଟି ପଞ୍ଚାୟତରେ ୱାର୍ଡମେମ୍ବର ୮୧୩ଜଣ, ସରପଞ୍ଚ୧୭୨ଜଣ, ସମିତି ସଭ୍ୟ ୧୯୬ଜଣ, ଜିଲ୍ଲାପରିଷଦ ୨୦ଜଣ ନିର୍ବାଚନ ମଇଦାନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
ଜିଲ୍ଲାରେ ପ୍ରଥମ ପର୍ଯ୍ୟ।ୟ ଭୋଟ ୧୬ତାରିଖ ଦିନ ହିନ୍ଦୋଳ ଓ ଗଁଦିଆ ବ୍ଲକରେ ଅନୁଷ୍ଠିତ ହେଉଥିବା ବେଳେ ୮ଟି ଜିଲ୍ଲା ପରିଷଦ ଜୋନ୍ର ୮୭୨ଟି ବୁଥ୍ରେ ୨ଲକ୍ଷ ୫୪ହଜାର ୧୬୦ଜଣ ଭୋଟର ମତଦାନ କରିବାକୁ ଥିବା ବେଳେ ୧୪୬ଟି ଉତ୍ତେଜନା ପ୍ରବଣ ବୁଥ୍ ଚିହ୍ନଟ କରାଯାଇଛି ।