କାମାକ୍ଷାନଗର ଏନଏସି ବଡବନ୍ଧ ସାହି କୋଠ ଘର ପ୍ରାଙ୍ଗଣରେ ୩୩ ତମ ଅଷ୍ଟପ୍ରହର ନାମ ଯଜ୍ଞ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମଙ୍ଗଳବାର ଅପରାହ୍ନ ରେ ଘଣ୍ଟ , ଘଣ୍ଟା , କାହାଳୀ ଓ ନାମ ସଂକୀର୍ତ୍ତନ ସହ କଳସ ଯାତ୍ରାରେ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ସାମିଲ ହୋଇ ସ୍ଥାନୀୟ ରାମିଆଳ ନଦୀ କୂଳରେ ସୂର୍ଯ୍ୟ , ବରୁଣ ଆଦି ପୂଜାର୍ଚ୍ଚନା କରଯାଇ ଲକ୍ଷ୍ମୀନାରାୟଣ ଙ୍କୁ ଆବାହନ କରି ନଦୀ ରୁ ପବିତ୍ର ଜଳ ଆଣି କୁଞ୍ଜରେ ସ୍ଥାପନ କରିଥିଲେ ।
ପୂଜକ କାର୍ତ୍ତିକ ପ୍ରସାଦ ଦାସ ଙ୍କ ପୌରହିତ୍ୟ ରେ ସନ୍ଧ୍ୟାରେ ଅଧିବାସ ଅନୁଷ୍ଠିତ ହୋଇଥିଲା । କର୍ତ୍ତା ଭାବରେ ପ୍ରକାଶ ପରିଡା ଦାୟିତ୍ୱ ନିର୍ବାହ କରିଥିଲେ ।ବୁଧବାର ଅହୋରାତ୍ର ନାମ ସଂକୀର୍ତ୍ତନ ପରେ ଗୁରୁବାର ନଗର ସଂକୀର୍ତ୍ତନ ତଥା ଦଧି ଭାଣ୍ଡ ଭଞ୍ଜନ , ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ।
ଏଥିର ହଂସଳା , ବଡ଼ସୁଆଁଳ , ମୁକ୍ତାପସି , କେରଜୁଳି , ମଠକରଗୋଳା , ଜରଡ଼ା, ତୋରଡା ନାଳି , କରଗୋଳା , ରୋଡଙ୍ଗ , ଯନ୍ତାରିଵୋଲ ଇସ୍କନ , ଆଳତୁମା ପ୍ରଭୁତି ୨୦ ଟି ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ଅହରହ ନାମ ସଂକୀର୍ତ୍ତନ ପରିବେଷଣ କରିଥିଲେ । ସନ୍ଧ୍ୟାରେ ଜଗଜ୍ୟୋତି ସ୍ପୋର୍ଟସ ପକ୍ଷରୁ କୁନି କୁନି ପିଲାମାନଙ୍କୁ ନେଇ ଅନୁଷ୍ଟିତ ଖେଳକୁଦ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ବଡ଼ବନ୍ଧ ସାହି ର ସମସ୍ତ ଅଧିବାସୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।