News
WhatsApp Image 2023-10-04 at 17.25.00
samparksetu

ୟୁକ୍ରେନ ରେ ଫସି ରହିଛନ୍ତି ଢେଙ୍କାନାଳ ର ଦୁଇ ମେଡିକାଲ ଛାତ୍ର

ୟୁକ୍ରେନ ବିରୋଧରେ ଆଜି ଯୁଦ୍ଧ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ପୁଟିନ୍ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଛି ଋଷ । ୟୁକ୍ରେନର ରାଜଧାନୀ କିଭ୍ ସହ ୧୦ଟି ସହରରେ ଜୋରଦାର ଆକ୍ରମଣ କରିଛି । ତେବେ ୟୁକ୍ରେନରେ ଯୁଦ୍ଧ ଫଳରେ ସେଠାରେ ହଜାର ହଜାର ସଂଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକ ଫସି ରହିଛନ୍ତି । ଓଡ଼ିଶାରୁ ମଧ୍ୟ କିଛି ଛାତ୍ର ଏବେ ୟୁକ୍ରେନରେ ଫସି ରହିଛନ୍ତି ।

ତେବେ ୟୁକ୍ରେନ ରେ ଫସି ରହିଛନ୍ତି ଢେଙ୍କାନାଳ ର ଦୁଇ ମେଡିକାଲ ଛାତ୍ର।ଢେଙ୍କାନାଳ ଗୋବିନ୍ଦପୁର ର ନିବାସୀ ସନ୍ତୋଷ ସ୍ୱାଇଁ ଙ୍କ ପୁଅ ସୁପ୍ରୀତ ସ୍ୱାଇଁ ଓ ବାଇପାସ ନିବାସୀ ଆଦିତ୍ୟ ମହାପାତ୍ର ଙ୍କ ପୁତ୍ର ଅଶାଦୀପ ମହାପାତ୍ର। ଦୁଇ ଜଣ ମେଡିକାଲ ବିଭାଗ ରେ ପଢିବା ପାଇଁ ୟୁକ୍ରେନ ଯାଇଥିଲେ।ଆଷାଦୀପ ତୃତୀୟ ବର୍ଷ ର ମେଡିକାଲ ର ଛାତ୍ର।ଟିକେଟ ନ ମିଳିବା ରୁ ଆଶାଦୀପ ୟୁକ୍ରେନ ରୁ ଫେରି ପାରିନଥିଲେ।

ଗୋବିନ୍ଦପୁର ଗାଁର ସନ୍ତୋଷ ସ୍ୱାଇଁଙ୍କ ପୁଅ ସୁପ୍ରୀତ ସ୍ୱାଇଁ ୟୁକ୍ରେନର ବିନିସ୍ତାରେ ଫସିରହିଛନ୍ତି । ତିନିମାସ ତଳେ ସେ ଏମବିବିଏସ ପଢ଼ିବା ପାଇଁ ଯାଇଥିଲେ । ୨୦ ବର୍ଷୀୟ ସୁପ୍ରୀତ ସ୍ୱାଇଁ ବିନିସ୍ତା କଲେଜରେ ଏବେ ରହୁଥିବା ବେଳେ ତାଙ୍କ ମା’ ସନ୍ଧ୍ୟାରାଣୀ ସ୍ୱାଇଁଙ୍କ ସହ ଆଜି ମଧ୍ୟ କଥା ହୋଇଛନ୍ତି । କଲେଜ ପକ୍ଷରୁ ତାଙ୍କୁ ପ୍ରସ୍ତୁତ ହୋଇ ରହିବା ପାଇଁ କୁହାଯାଇଛି । ଯେ କୌଣସି ମୁହୂର୍ତ୍ତରେ ତାଙ୍କୁ ଫ୍ଲାଇଟରେ ପଠାଯାଇପାରେ ବୋଲି ତାଙ୍କ କଲେଜ ତରଫରୁ କହୁଯାଇଛି ବୋଲି ସୁପ୍ରୀତଙ୍କ ମା’ କହିଛନ୍ତି ।

new life
You might also like
error: Content is protected !!