News
WhatsApp Image 2023-10-04 at 17.25.00
samparksetu

ଶଙ୍କରପୁର ହରିଜନ ସାହିରେ ପାନୀୟ ଜଳ ସମସ୍ୟା, ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟ ଘେରାଉ

ସଦର ବ୍ଲକ ଶଙ୍କରପୁର ପଞ୍ଚାୟତ ବିଂଝାରପୁର ହରିଜନ ସାହିରେ ଦୀର୍ଘ ବର୍ଷ ହେଲା ଲାଗିରହିଛି ପାନୀୟ ଜଳ ସମସ୍ୟା l ସ୍ଥାନୀୟ ଲୋକ ମାନେ ସରପଞ୍ଚ ଏବଂ ବିଡିଓ ଙ୍କୁ ଅନେକ ଥର ନେହୁରା ହୋଇ କହିଥିଲେ ମଧ୍ୟ କେହି ଶୁଣିନାହାନ୍ତି l ଗ୍ରାମରେ ଗୋଟିଏ ବୋଲି ନଳକୂଅ l ତାହା ମଧ୍ୟ ଖୁବ କମ୍ ପାଣି ଦିଏ ଏବଂ ଲୁହା ଗୁଣ୍ଡଯୁକ୍ତ l ଫେବୃଆରୀ ମାସ ଠାରୁ ଲାଗିରହେ ଜଳ କଷ୍ଟ l

ଗତ ପଞ୍ଚାୟତ ନିର୍ବାଚନ ପ୍ରଚାର ସମୟରେ ଗାଁ ର ଲୋକମାନେ ପାନୀୟ ଜଳ ସମସ୍ୟା ସମ୍ପର୍କରେ ଆମ୍ ଆଦମୀ ପାର୍ଟି ର ଜିଲ୍ଲା ସଭାପତି ପଙ୍କଜ ନାୟକଙ୍କୁ ଫେରାଦ ହୋଇଥିଲେ l ଗୁରୁବାର ଦିନ ଆପ୍ ର ସଦର ବ୍ଲକ ୪ ନଂ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଟିକିନା ପାତ୍ରଙ୍କ ନେତୃତ୍ୱରେ ଗ୍ରାମବାସୀ ମାନଙ୍କ ସହିତ ଦଳର କର୍ମକର୍ତ୍ତା ମାନେ ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟାଳୟ ଘେରାଓ କରିବା ସହିତ ଜିଲ୍ଲାପାଳଙ୍କୁ ଭେଟି ଏସମ୍ପର୍କ ରେ ଅବଗତ କରାଇଥିଲେ l

ତୁରନ୍ତ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଆଶ୍ୱାସନ ଦେଇଛନ୍ତି l ଏହି କାର୍ଯ୍ୟକ୍ରମରେ ଦଳର ଓଡାପଡ଼ା ବ୍ଲକ ସଭାପତି ଲକ୍ଷ୍ମଣ ନାଏକ, କାମାକ୍ଷାନଗର ବ୍ଲକ ସଭାପତି ବିନୟ ସାହୁ, ପୌରାଞ୍ଚଳ ସଭାପତି ପ୍ରଭାତ ବେହେରା, ପରଜଙ୍ଗ ବ୍ଲକ ସଭାପତି ବିଭୁରଞ୍ଜନ ସାହୁ, ସଦସ୍ୟ ଅକ୍ଷୟ ପାଣିଗ୍ରାହୀ, ବିଜୟ ପାତ୍ର, ପବିନ ବେହେରା ରଞ୍ଜନ ସାହୁ, ଡ଼ମ୍ବରୁଧର ନାଏକ, ପ୍ରଦ୍ୟୁମ୍ନ ନାଏକ, ମାନସ ପାତ୍ର ପ୍ରମୁଖଙ୍କ ସହିତ ଅନେକ ଗ୍ରାମବାସୀ ଯୋଗ ଦେଇଥିଲେ l

new life
You might also like
error: Content is protected !!