କଣ୍ଟାବଣିଆ ବଜାରରେ ଗତ ୧୯ ତାରିଖରେ ଘଟିଥିବା ବିଦ୍ୟୁତ ଦୁର୍ଘଟଣାରେ ଆହତ ହୋଇ କଟକରେ ଚିକତ୍ସାଧିନ ଥିବା ସଭିକୁଲ ଶେଖ( ୨୬ ) ଗତକାଲି ମୃତ୍ୟୁ ହୋଇଥିଲା ।
ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ କରାଯାଇ ତାଙ୍କ ନିଜ ଗ୍ରାମ ଆସାନସୋଲ ଅଞ୍ଚଳକୁ ଘର ମାଲିକ ସୁଧାଂଶୁ ଶେଖର ଦାସ ପଠାଇଛନ୍ତି । ଆଜି ସୁଦ୍ଧା କଣ୍ଟାବଣିଆ ଥାନାରେ ଅଭିଯୋଗ ହୋଇନାହିଁ । କଣ୍ଟ୍ରାକ୍ଟର କିମ୍ବା ମୃତ୍ୟୁବରଣ କରିଥିବା ଶ୍ରମିକର ଘରଲୋକ ଅଭିଯୋଗ କଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କଣ୍ଟାବଣିଆ ଭାରପ୍ରାପ୍ତ ଅଧିକାରିଣୀ ସବିତା ପାତ୍ର କହିଛନ୍ତି ।
ପ୍ରକାଶ ଥାଉ କି , ଗତ୧୯ ତାରିଖ ଦିନ କଣ୍ଟାବଣିଆ ବଜାରରେ ସୁଧାଂଶୁ ଶେଖର ଦାସ ମିସ୍ତ୍ରୀ ଓ ଶ୍ରମିକ ମାନଙ୍କୁ ନେଇ ନିଜ ବସ୍ତ୍ରାଳୟ ପଛପାଖରେ ଅନିୟମିତତା ଭାବରେ ଦୁଇମହଲା ଘର ଏକ ୧୩୨ କେଭି ଯୁକ୍ତ ଉଚ୍ଚ କ୍ଷମତା ସମ୍ପଳ୍ନ ବିଦ୍ୟୁତ କେବୁଲ ତଳେ ନିର୍ମାଣ କରୁଥିଲେ । ଛାତ ଉପରେ ରଡକାମ କରୁଥିବା ବେଳେ କେବୁଲ ସଂସ୍ପର୍ଶରେ ଆସି ଦୁଇ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଥିଲେ ।