ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟଠାରେ ଢ଼େଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ସଭାପତି,ମଠକରଗୋଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାସ ମୁଖ୍ୟ ଅତିଥି, ବରିଷ୍ଠ ବିଜ୍ଞାନ ଶିକ୍ଷକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ପୃଷ୍ଟି ମୁଖ୍ୟବକ୍ତା, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ସତ୍ୟଜିତ ରାଉତ, ମଠକରଗୋଳା ମହାବିଦ୍ୟାଳୟର ଅଧ୍ୟାପକ ପ୍ରଶାନ୍ତ କୁମାର ମିଶ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଟକୃଷ୍ଣ ଦାସକ ଓ ଲୋକନାଥ ଷଡ଼ଙ୍ଗୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜ୍ଞାନର ଅଗ୍ରଗତି ସହ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଭୂମିକା ଉପରେ ଗୁରୁତ୍ବ ଆରୋପ କରିଥିଲେ ।
ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଧ୍ରୁବ ଚରଣ ସୁନ୍ଦରାୟ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବିଜ୍ଞାନ ଭିତ୍ତିକ ନୃତ୍ୟ ପରିବେଷଣ ହେବା ସହ ରଙ୍ଗୋଲି ପ୍ରତିଯୋଗିତା, ବକ୍ତୃତା ପ୍ରତିଯୋଗିତା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୋଇଥିଲା ।
ଏଥିରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ ବିଜ୍ଞାନ ଶିକ୍ଷକ ଚନ୍ଦ୍ରମଣି ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ସୁରେଶ କୁମାର ବିଶ୍ବାଳ, ରୁଦ୍ରନାରାୟଣ ପରିଡ଼ା, ବାନାର୍ଜୀ ମହାନ୍ତି, ପ୍ରହଲ୍ଲାଦ ସାହୁ,ବସନ୍ତ କୁମାର ସାହୁ,ନିର୍ମଳ କୁମାର ମହାନ୍ତି,ସମରେନ୍ଦ୍ର ନାୟକ, ଚିତ୍ତରଞ୍ଜନ ବିଶ୍ବାଳ, ସୌଭାଗ୍ୟ କୁମାର ସାହୁ, ଅମିତ କୁମାର ନାୟକ, ସୁଜିତ କୁମାର ବେହେରା, ଶିକ୍ଷୟିତ୍ରୀ କବିତା ରାଉତ, ସୁମିତ୍ରା ଜେନା, ପ୍ରଭାତି ସାହୁ, ମନସ୍ଵିନୀ ଶତପଥୀ, ଜ୍ୟୋତିର୍ମୟୀ ସାହୁ, ଗୀତା ମହାପାତ୍ର, ରୋଜାଲିନ ପତି,ଜୟସ୍ମିତା ଆଦି ଉପସ୍ଥିତ ଥିଲେ l