ପଉଷ ଆସିଲା ପତର ଖସିଲା
କାକର ପଡିଲା ଝରି
ହେଲେ ଆସିଲାଣି ତୁମରି ପତର
ଡକାଵାଲା ଗଲା ଫେରି
ପଉଷ ଭରିଲା ପୋଷ ପୋଷ ଲୁହ
ନ ହେଲାରୁ ତୁମ ଭେଟ
ପଉଷ ଦେଖିଲା ଆଖିରେ ମୋହରେ
ନିରାଶାରା ନଈବଢି
ପଉଷ ପ୍ରବାସେ ଲେଖୁଛି ଉଦାସେ
ଚିଠିରେ ଝରାଇ ଲୁହ
ଚିଠି ତଳେ ଇତି ଲେଖିଲା ବେଳକୁ
ଛାତିରେ ଉଠୁଛି କୋହ…
✍️ ଶୁଭସ୍ମିତା ଦାସ