News
WhatsApp Image 2023-10-04 at 17.25.00
samparksetu

ଜାତୀୟ ରାଜପଥ ଉନ୍ନତି ଦାବୀ ରେ ଅର୍ଥନୈତିକ ଅବରୋଧ

କଟକ ଠାରୁ ଢେଙ୍କାନାଳ ଅନୁଗୁଳ ଜାତୀୟ ରାଜପଥ ୫୫ ଦୂରାବସ୍ଥା ନେଇ ଆଜି ଶ୍ୟାମାଚରଣ ପୁର ଷ୍ଟେସନ ନିକଟରେ ରେଳ ରୋକ କରାଯିବା ସହିତ ବଅଁରପାଳ ଠାରେ ଜାତୀୟ ରାଜପଥ ଅବରୋଧ କରାଯାଇଛି। ୫୫ ନମ୍ବର ଜାତୀୟ ରାଜପଥର ଚାରିଲେନ କାମ ବନ୍ଦ ରହିଥିବାରୁ ରାସ୍ତା ଯାନବାହାନ ଚଳାଚଳ ପାଇଁ ଅଯୋଗ୍ୟ ହୋଇ ପଡ଼ିଛି।

କଟକଠାରୁ ଢେଙ୍କାନାଳ ଦେଇ ଅନୁଗୋଳ ଯାଇଥିଲା ୫୫ ନମ୍ବର ଜାତୀୟ ରାଜପଥର ୪ ଲେନ ବିଶିଷ୍ଟ ଉନ୍ନତି କରଣ କାମ୨୦୧୭ ମସିହାରେ ଆରମ୍ଭ ହୋଇଥିଲା । ୨୦୨୦ ମସିହା ସୁଧା କାମ ଶେଷର ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାମ ଅଧାପାନ୍ତରିଆ ହୋଇ ପଡିରହିଛି । ପ୍ରାୟ ୨ ବର୍ଷ ଧରି ଠିକା ସଂସ୍ଥା କାମ ବନ୍ଦକରିଦେଇଛି। ତେଣୁ ବିଭିନ୍ନ ସ୍ଥାନରେ ରାସ୍ତା ଭାଙ୍ଗିରୁଜି ଯାଇଥିବାରୁ ଜାନବାହାନ ଚଳାଚଳରେ ବାଧା ସୃଷ୍ଟି ହେଉଛି। ଏହାର କାର୍ଯ୍ୟ ଶୀଘ୍ର ସାରିବା ପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ ।

ତେଣୁ ଆଜି ସକ୍ରିୟ ସଚେତନକ୍ରିୟାନୁଷ୍ଠାନ ପକ୍ଷରୁ ଶ୍ୟାମାଚରଣ ପୁରଠାରେ ମାଲବାହି ଟ୍ରେନ ଅଟକାଯାଇଥିବାବେଳେ ଅନୁଗୋଳ ବଅଂରପାଳ ନିକଟରେ ଜାତୀୟ ରାଜପଥ ଅବରୋଧ କରିଥିଲେ ।
ଅତିତରେ ଆନ୍ଦୋଳନ ପରେ ୨୦୨୨ ଜୁନ ମାସ ଶେଷସୁଧା ଜାତୀୟ ରାଜପଥ କାର୍ଯ୍ୟ ଶେଷ ହେବ ବୋଲି ବିଭାଗିୟମନ୍ତ୍ରୀ ନିତିନି ଗଡ଼କାରି ସଂସଦରେ ପ୍ରକାଶ କରିଥିଲେ। ଜାତୀୟ ରାଜପଥର କାମ ଅଧାପାନ୍ତରିଆ ଅବସ୍ଥାରେ ପଡିଥିବାବେଳେ ଆଜି ପର୍ଯ୍ୟନ୍ତ କୌଣସି ଠିକାସଂସ୍ଥା କାମ ଆରମ୍ଭ କରି ନାହିଁନ୍ତି।

ବିଭାଗୀୟ ମନ୍ତ୍ରୀ ଦେଇଥିବା ସମୟ ସୀମା ମଧ୍ଯରେ କାମ ଶେଷ ହେବା ତ ଦୂରର କଥା କାମ ଆରମ୍ଭ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ପ୍ରତିକାତ୍ମକ ଭାବରେ ଆଜି ୪ଘଣ୍ଟା ପାଇଁ ଅର୍ଥନୈତିକ ଅବରୋଧ କରାଯାଇଥିଲା । ଏହି ଜାତୀୟ ରାଜପଥର କାର୍ଯ୍ୟ ତୁରନ୍ତ ଆରମ୍ଭ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକାରୀ ମାନେ ଯୋରଦାରରେ ଆନ୍ଦୋଳନ କରାଯିବା ବୋଲି ଚେତାବନୀ ଦେଇଛନ୍ତି । ସମୟସୀମା ସରିବାର ୨ ବର୍ଷ ପରେ ମଧ୍ୟ ଠିକା ସଂସ୍ଥା ଅଧାରୁ କାମ ଚାଲିଯାଇଥିବାରୁ ୫୫ ନମ୍ବର ଜାତୀୟ ରାଜପଥ ଅଧାପାନ୍ତରିଆ ଅବସ୍ଥାରେ ପଡିରହିଛି। ତେଣୁ ୫୫ ନମ୍ବର ଜାତୀୟ ରାଜପଥ ଗମନାଗମନ ପାଇଁ ଦୃବିଷହ ହୋଇ ପଡିଥିବାବେଳେ ମରଣଯନ୍ତାରେ ପରିଣତ ହୋଇପଡିଛି।

new life
You might also like
error: Content is protected !!