ଢେଙ୍କାନାଳ ଜିଲ୍ଲାପାଳାଙ୍କ ସଦଭାବନା ଗୃହରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଥିବା ମିଶ୍ରିତ ମହାବିଦ୍ୟାଳୟ ମାନଙ୍କରେ ଥିବା ଡିଗ୍ରୀ ମହାବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୃଥକୀକରଣ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ସରକାରଙ୍କର ନିଷ୍ପତି ଅନୁସାରେ ସମିଶ୍ରିତ ମହାବିଦ୍ୟାଳୟ ମାନଙ୍କରେ ଥିବା ଡିଗ୍ରୀ ମହାବିଦ୍ୟାଳୟଏବଂ ଉଚ୍ଚ ମାଧ୍ୟମକି ବିଦ୍ୟାଳୟ ଗୁଡିକର ଜମି , ଶ୍ରେଣୀ ଗୃହ , ପ୍ରୟୋଗଶାଳା ପାଠାଗାରର ପୃଥକୀକରଣ,ଶିକ୍ଷାନନୁଷ୍ଠାନ ଗୁଡିକର ନିଜସ୍ୱ ଜମି ପଟ୍ଟା ପାଇଁ ଆବେଦନ,ବିଦ୍ୟୁତ୍ ଓ ଇଣ୍ଟରନେଟ ସୁବିଧା , ସୌନ୍ଦର୍ଯ୍ୟକରଣ,ଆପ୍ରୋଚ ରୋଡ ନିର୍ମାଣ ଉପରେ ଆଲୋଚନା କରାଯାଇଥିଲା ।
ଭବିଷ୍ୟତରେ ଢେଙ୍କାନାଳ ଜିଲ୍ଲା ଶିକ୍ଷାର ହବ ହେବାକୁ ଯାଉଥିବାରୁ ଜିଲ୍ଲାରେ ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏ ସମ୍ପର୍କରେ ସମସ୍ତ ଅଧ୍ୟକ୍ଷ ମାନଙ୍କର ସହଯୋଗ କାମନା କରିଥିଲେ ।