ପ୍ରବାଦ ପୁରୁଷ ତଥା ଓଡିଶାର ପୂର୍ବତନ ମୂଖ୍ୟମନ୍ତ୍ରି ବିଜୁ ପଟନାୟକଙ୍କ ୧୦୬ ତମ ଜନ୍ମ ଜୟନ୍ତୀ କାମାକ୍ଷାନଗର ବିଜୁ ଜନତା ଦଳ ତରଫରୁ ଦଳିୟ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି।ପ୍ରଥମେ ଦଳ ତରଫରୁ ସକାଳେ ବସଷ୍ଟାଣ୍ଡ ଠାରେ ବିଜୁ ପଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବାପରେ ମେଡିକାଲରେ ରୋଗି ମାନଙ୍କୁ ଫଳ ବଣ୍ଟନ କରାଯାଈଥିଲା।
ପରେ ଏନଏସି ସଭାପତି ଆଦିତ୍ୟ ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଦଳିୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଣି ଇଷ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରି ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ନିଜ ବକ୍ତବ୍ୟରେ ବିଜୁ ପଟ୍ଟନାୟକ ଜଣେ ବୀରତ୍ୱର ବ୍ୟକ୍ତିତ୍ୱ ଥିଲେ ଏବଂ ସେ କେବଳ କଠିନ ପରିଶ୍ରମ ଦ୍ୱାରା ନିଜର ନାମ ଏବଂ ଖ୍ୟାତି ଅର୍ଜନ କରିଥିଲେ ।
ଜଣେ ରାଜନେତା ହେବା ବ୍ୟତୀତ ସେ ଜଣେ , ଶିଳ୍ପପତି, ଜଣେ ପାଇଲଟ୍, ଲୋକପ୍ରିୟ ସ୍ୱାଧୀନତା ସଂଗ୍ରାମୀ ଏବଂ ସର୍ବୋପରି ଜଣେ ପ୍ରସିଦ୍ଧ ତଥା ବିଶିଷ୍ଟ ବ୍ୟକ୍ତିତ୍ୱ ଥିଲେ ବୋଲି କହିଥିଲେ।ସନ୍ମାନିତ ଅତିଥି ଭାବେ ଜିଲ୍ଲା ଯୁବ ବିଜେଡି ସଭାପତି ତଥା ଏନଏସିର ନଗରପାଳ ପ୍ରାର୍ଥି ଧର୍ମାନନ୍ଦ ପରିଡା ଯୋଗଦେଇ ବିଜୁ ପଟ୍ଟନାୟକ ହେଉଛନ୍ତି ଓଡ଼ିଶାର ବିକାଶ ଯାତ୍ରାର ସଫଳ ମହାନାୟକ,ତାଙ୍କ ଆଦର୍ଶକୁ ଆଧାର କରି ବିଜେଡି ରାଜ୍ୟର ବିକାଶ ଯାତ୍ରା ଜାରି ରଖିଛି । ଦୁଇଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି କରିଥିଲେ ।
୧୯୯୦ରୁ ୧୯୯୫ ବର୍ଷର ତାଙ୍କ ଶାସନ କାଳ ମଧ୍ୟରେ ଓଡ଼ିଶାର ପଞ୍ଚାୟତି ରାଜ ବ୍ୟବସ୍ଥା ସଂପୂର୍ଣ୍ଣ କାର୍ଯ୍ୟକାରୀ ହୋଇଥିଲା । ମହିଳାମାନଙ୍କ ପାଇଁ ନିର୍ବାଚନରେ ସ୍ୱତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା ମଧ୍ୟ କରିଥିଲେ ବୋଲି କହିଛନ୍ତି।ଅନ୍ୟାନ୍ୟ ଅତଥି ଭାବେ,ପୂର୍ବତନ କଲେଜ ଅଧକ୍ଷ ପ୍ରଭାତ କୁମାର ଦାସ,ଏନଏସି ମହିଳା ସଭାପତି ରଞ୍ଜିତା ବେହେରା,ଯୁବ ସଭାପତି ସମ୍ବିତ ସୂର୍ଯ୍ୟ ସାହୁ,ସଂପାଦକ ହିମାଶୁଂ ଶେଖର ମହାପାତ୍ରଙ୍କ ସମେତ ଶତାଧିକ ଦଳିୟ କର୍ମି ଯୋଗଦେଇଥିଲେ । ଶେଷରେ ଆଗାମି ପୈାର ନିର୍ବାଚନରେ ଦଳିୟ ପ୍ରାର୍ଥି ମାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଉପସ୍ଥିତ ଅତିଥି ମାନେ କହିଥିଲେ।