News
WhatsApp Image 2023-10-04 at 17.25.00
samparksetu

୮ ଟି ପରିବାର ର ଘର ଭାଙ୍ଗିଦେଲେ ବଣୁଆ ହାତୀ ପଲ

ଦିନକୁ ଦିନ ଜଙ୍ଗଲି ହାତୀ ପଲ ଗାଁ ମୁହାଁ ହେବାକୁ ଲାଗିଛନ୍ତି । ଭୟଭୀତ ହୋଇ ରାତ୍ରୀ ଯାପନ କରୁଛନ୍ତି ଗାଁ ଲୋକ । ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ମହାବୀରୋଡ ରେଞ୍ଜ ଅଧିନରେ ।

ସୂଚନା ଥାଉକି , ମହାବୀରୋଡ ରେଞ୍ଜ ରଙ୍ଗଥଳୀ ବିଟ୍ ଅନ୍ତର୍ଗତ ଜକା ଗ୍ରାମରେ କିଛି ଦିନ ବଣୁଆ ହାତୀ ପଲ ଉପଦ୍ରବ କରି ଫସଲ,ଘର ନଷ୍ଟ କରିଥିଲେ । ଗତକାଲି ଡିହଡୋଳ ସେକ୍ସନ କଲଦା ପଞ୍ଚାୟତର ନରଣପଡା ଗ୍ରାମ ରେ ବିଳମ୍ବିତ ରାତିରେ ପ୍ରାୟ ୨୨ ପଟ ହାତୀ ପଲ ଉପଦ୍ରବ ଯୋଗୁଁ ଉକ୍ତ ଗ୍ରାମର ମହୋନ ନାଏକ,ଦୀଲ୍ଲିପ ନାଏକ,କେଶବ ନାଏକ, ଅରବିନ୍ଦ ନାଏକ, ମହେଶ୍ୱର ନାଏକ,ତୀର୍ଥ ନାଏକ,ରାଜନ ନାଏକ, ମେଘନାଦ ନାଏକ ଙ୍କ ଘରକୁ ନଷ୍ଟ କରିଦେବା ସହିତ ଧାନ, ଚାଉଳ ଖାଇ ଦେଇଥିବା ର ଦେଖିବାକୁ ମିଳିଛି ଓ ହାତୀ ପଲ ଗାଁ ମୁହାଁ ଜାଣିବାକୁ ପାଇଁ ଜୀବନ ବଞ୍ଚାଇବାକୁ ଉକ୍ତ ପରିବାର ଲୋକ ମାନେ ଗାଁ ଭିତରକୁ ପଳାଇଯାଇଥିଲେ । ବିଳମ୍ବିତ ରାତିରେ ବନ ବିଭାଗ କୁ ଖବର ଦେବାରୁ ଆସି ହାତୀ ପଲ କୁ ଘୋଉଡାଇଥିଲେ ।

କିଛିଦିନ ହେବ କୁଅଲୋ , ପରମହଂସପୁର ଗାଁ ଗୁଡିକରେ ମଧ୍ୟ ହାତୀ ପଲଙ୍କ ଆତଙ୍କ ଦେଖିବାକୁ ମିଳିଥିଲା । ହାତୀ ଭୟରେ ଗ୍ରାମବାସୀ ଙ୍କ ମନରେ ଯାତାୟାତ ର ଭୟ ସୃଷ୍ଟି ହେଉଛି । ଏନେଇ କ୍ଷୟକ୍ଷତି ଲୋକେ ବନବିଭାଗକୁ ଦରଖାସ୍ତ କରିଲେ ରାଜସ୍ବ ନୀରିକ୍ଷକ ଆକଳନ ପରେ କ୍ଷତିପୂରଣ ଦିଆଯିବ ବୋଲି ରେଞ୍ଜର ଶ୍ରୀ ସାହୁ କହିଛନ୍ତି । ତୁରନ୍ତ ହାତୀପଲ କୁ ଜନବସତି ଅଞ୍ଚଳରୁ ଘଉଡାଇ, କ୍ଷୟକ୍ଷତି ଆକଳନ କରି କ୍ଷତି ପୂରଣ ଯଥା ଶୀଘ୍ର ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

new life
You might also like
error: Content is protected !!