ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ବାଦିବାହାଳ ଗ୍ରାମରେ ଥିବା ପ୍ରାଥମକି ବିଦ୍ୟାଳୟକୁ ଖୋଲିବା ପାଇଁ ସ୍ୱୟଂସାହାୟକ ଗୋଷ୍ଠିର ସଦସ୍ୟମାନେ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି ।
ବାଦିବାହାଳ ଗ୍ରାମରେ ୧୯୭୬ ମସିହାରେ ବିଦ୍ୟାଳୟଟି ସ୍ଥାପନ ହୋଇଥିଲା । ଗ୍ରାମର ପିଲାମାନେ ଏଠାରେ ପାଠ ପଢୁଥିବାବେଳେ ୨୦୨୦ ମସିହାରେ କରୋନା ସମୟରେ ଛାତ୍ରଛାତ୍ରୀ ସଂଖ୍ୟା କମ ଥିବାରୁ ଏହାକୁ ବନ୍ଦ କରିଦିଆଯାଇଛି ।
ଫଳରେ ଗ୍ରାମଠାରୁ ୪ କିଲୋମିଟର ଦୂରରେ ଥିବା ଖଲିବେରେଣା ବିଦ୍ୟାଳୟକୁ କୋମଳମତି ପିଲାମାନେ ଯାତାୟତ କରିବା ସହଜ
ହେଉନାହିଁ ।
ବହୁ ରାସ୍ତା ଚାଲିଚାଲି ଯିବା ରାସ୍ତାରେ ଦୁଇଟି ପୋଖରୀ ଏବଂ ଗୋଟିଏ ନାଳ ରହିଛି । ଛୋଟପିଲା ମାନେ ଏତେ ଦୂର ଯାଇ ପାଠପଢିବା ସମ୍ଭବ ହେଉନଥିବାରୁ ବାଦିବାହାଳ ଗ୍ରାମରେ ବନ୍ଦ ଥିବା ଵିଦ୍ୟାଳୟଟିକୁ ଖୋଲିବାକୁ ଦାବୀ ହୋଇଛି ।