ଢେଙ୍କାନାଳ ସ୍ୱୟଂଶାସିଟ ମହାବିଦ୍ୟାଳୟରେ ଏନଏସଏସ ତରଫରୁ ୩ଦିନିଆ ନେତୃତ୍ୱ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ସରୋଜ କୁମାର ସେଠୀ
ଯୋଗଦେଇ ଏକ ସୁସ୍ଥ ସମାଜ ଗଠନ ଏବଂ ଏହାର ବିକାଶରେ ନେତୃତ୍ୱର ଭୂମିକା ଅପରିହାର୍ଯ୍ୟ ବୋଲି କହିଥିଲେ ।
ସମ୍ମାନୀତ ଅଇଥି ଭାବରେ ଏନଏସଏସ ଯୋଜନା ଅଧିକାରୀ ତଥା ଓଡିଶା ସରକାର ଉଚ୍ଚ ଶିକ୍ଷା ବିଭାଗର ଉପସଚିବ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଏନଏସଏସର ଇତିହାସ ଲକ୍ଷ ସମ୍ପର୍କରେ
କହିଥିଲେ ।
ମହାବିଦ୍ୟାଳୟର ଅଧ୍ୟକ୍ଷ ରଣଜିତ କୁମାର ପ୍ରଧାନ,ଏନଏସଏସ କାର୍ଯ୍ୟକ୍ରମ ସଂଯୋଜକ ଦେବରାଜ ପରିଡା ଯୋଗଦେଇଥିଲେ । ସେହିପରି ବିଷୟ ବିଷ।ରଦ ରମେଶ ଚନ୍ଦ୍ରବେହେରା,ମହମଦ ଇମ୍ରାନ ଅଲୀ୍,ନୀରଦ ବରଣ ଖୁଣ୍ଟିଆ,ଅଶୋକ ମଙ୍ଗରାଜ,ପ୍ରଶାନ୍ତ କୁମାର ପରିଡା,ଅଶୋକ କୁମାର ଦାସ,ନମିତା କୁମାରୀ ଦାସ,
ଦିଲ୍ଲୀପ କୁମାର ନାୟକ,ରଜନୀକାନ୍ତ ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ଏନଏସଏସର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଏନଏସଏସର ଆଞ୍ଚଳିକ ନିର୍ଦ୍ଦେଶକ ସରିତା ପଟେଲ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଉତ୍କଳ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମ
ସଂଯୋଜକ ବ୍ରଜ ନାରାୟଣ ପାତ୍ର ଏବଂ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଦେବାଶିଷ ମହାନ୍ତି ଯୋଗଦେଇଥିଲେ ।
ଏହି ୩ ଦିନିଆ ପେଶିକ୍ଷଣ ଶିବିର କୁ ଜିଲ୍ଲା ସଂଯୋଜକ ଦେବରାଜ ପରିଡା ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଏନଏସଏସ ଅଧିକାରୀ ପରିଚାଳନା କରିଥିଲେ । ଏହି ଶିବିର ରେ ଜିଲ୍ଲାର ୧୫ଟି ମହାବିଦ୍ୟାଳୟର ୧୨୦ଜଣ ସ୍ୱେଚ୍ଛାସେବୀ ଏବଂ କାର୍ଯ୍ୟକ୍ରମ ଅଧିକାରୀ ମାନେ ଯୋଗଦେଇଥିଲେ ।