ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସିମିନଇ ପଞ୍ଚାୟତ ହାଟ ପଡିଆ ।ଠାରେ ନବ ନିର୍ମାଣ କୃଷକ ସଙ୍ଗଠନ ତରଫରୁ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ଏବଂ ପେନସନ ଦାବୀରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ କୃଷକ ନେତା କୈଳ।ସ ଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ନବ ନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଯୋଗଦେଇ ସରକାରୀ କର୍ମଚାରୀ ମାନେ ଦିନକୁ ସାଢେ ତିନି ହଜାର ଟଙ୍କା ପାଉଥିବା ବେଳେ ଜଣେ ଦିନ ମଜୁରିଆ ଗରୀବ ଲୋକ ମାସିକ ମାତ୍ର ୫ଶହ ଟଙ୍କା ଭତ୍ତା ପାଉଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ସଭାପତି କୈଳ।ସ ଚନ୍ଦ୍ର ରାଉତ କହିଥିଲେ ଯେ ୫ଶହ ଟଙ୍କା ଦବା ଜଣେ ଲୋକଙ୍କ ପ୍ରତି ଉପେକ୍ଷା ବୋଲି କହିଥିଲେ । ବ୍ଲକ ସଂଯୋଜକ ସୁଧାକର ପରିଡା ଯୋଗଦେଇ ଚାଷୀ
ମାନଙ୍କୁ ମାସିକ ୫ହଜାର ଟଙ୍କା ପେନସନ ସହତି ମାସିକ ଭତ୍ତା ୨ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଦାବୀ କରିଥିଲେ । ଶତାଧିକ ଭତ୍ତା
ଧାରୀ ପୁରୁଷ ମହିଳା ଏକ ଶୋଭାଯାତ୍ରାରେ ହାଟ ପଡିଆଠାରୁ ଦାଣ୍ଡିମାଳ ଅଞ୍ଚଳ ପରିକ୍ରମା କରିଥିଲେ ।