News
WhatsApp Image 2023-10-04 at 17.25.00
samparksetu

ଦୋଳ ପୂର୍ଣ୍ଣିମା ଓ ହୋଲି ଭାବନା

ଉଲ୍ଲାସ ଫଗୁଣ      ମନ୍ଦ ସମୀରଣ
      ମୋହିତ କରେ ପରାଣ
ବସନ୍ତ ବିଭୋର    ବେଶ ମନୋହର
       ପୁଲକିତ କୋଣ କୋଣ।

ପରଶେ ମଳୟ        ନବ କିଶଳୟ
       ପାଇଛି ମଧୁ ପରଶ
ସରସ ସକାଳ      ସମ ସଂଧ୍ୟା କାଳ
        ହରେ ଜୀବନ ପରାଶ ।
       
ରଙ୍ଗର ପସରା    ରଙ୍ଗ ମୟ ଧରା
     ପ୍ରକୃତିର ଅଭିସାର
ଆମ୍ବ ବଉଳର    ବାସ ମନୋହର
     କୋକିଳ ପଞ୍ଚମ ସ୍ୱର ।

ପ୍ରଭୁ କୃପାକର    ସ୍ପର୍ଶ କି ମଧୁର
     ପାଇ ସର୍ବେ ପ୍ରେମେଭରା
ପ୍ରେମ ବିତରଣ   ବେଳା ଏ ଜୀବନ
         ଖୋଲିଛି ପ୍ରେମ ପସରା ।

ମିଳି ଗ୍ରାମ ଜନେ   ସଜିତ ବିମାନେ
      ବିଜେ ଶ୍ରୀରାଧେ ଗୋବିନ୍ଦ
ଉତ୍ସବ ମୁଖର  ଗ୍ରାମ ପରିସର
        ସକଳ ଲଭି ଆନନ୍ଦ ।

ରାଗ ଅଭିମାନ  ଦୂର କରି ମନ
     ପ୍ରେମ ରଙ୍ଗ ହୋଇ ବୋଳି
ବିକାର ଜ୍ଵଳନ  ହୋଲିକା ଦହନ
      ସରବେ ଏକତ୍ର ମିଳି।

ବିଗତ ମାନରେ   ହୃଦ ବିମାନରେ
    ବସ ଶ୍ରୀରାଧେ ଗୋବିନ୍ଦ
ଯୁଗଳ ମୂରତୀ   ଜୀବନେ ସମ୍ପତ୍ତି
      ବନ୍ଦେ ପଦ ଅରବିନ୍ଦ ।

   
✍️  ଇଂ.ବସନ୍ତ କୁମାର ବରାଳ        
                    

new life
You might also like
error: Content is protected !!