ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ବନାଞ୍ଚଳରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ନିଜର କର୍ତ୍ତବ୍ୟ ନିଷ୍ଠା ଏବଂ ପରିବେଶ ସୁରକ୍ଷା ହେତୁ ସମ୍ମାନିତ ହୋଇଥିବାର ଜଣାପଡଛି ।
ହିନ୍ଦୋଳ ରେଞ୍ଜ ସିଙ୍କୋଳ ବିଟରେ ଗଁଦିଆ ବକ୍ଲ ଗଡ ଖଙ୍କିରା ର ଶୁଭେନ୍ଦୁ ମର୍ଦ୍ଦରାଜ ଭୂୟାଁ ଜଣେ ଫରେଷ୍ଟ ଗାର୍ଡ ଭାବରେ ୨୦୧୯ ମସିହାରେ ଯୋଗଦାନ କରିଥିଲେ । ସେଠାରେ କାର୍ଯ୍ୟକରିବା ଭିତରେ ହିନ୍ଦୋଳ ଳ ବିଟ ସହତି ହିନ୍ଦୋଳ ରେଞ୍ଜର ଭାରପ୍ରାପ୍ତ ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ । ସେହିସମୟ ମଧ୍ୟରେ ଜଙ୍ଗଲ ସୁରକ୍ଷା ସହିତ ସେ ବନ୍ୟପ୍ରାଣୀ ସୁରକ୍ଷା ଉପରେ ନଜର ରଖିଥିଲେ । ଫଳରେ ନନ୍ଦିନିଆ ଏବଂ କନ୍ଧରା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବେଆଇନ କାର୍ଯ୍ୟ କରିବା ସହତି ବନ୍ୟପ୍ରାଣୀ ଶିକାର କରୁଥିବା ଶିକାରୀ ମାନଙ୍କ ବିରୁଦ୍ଧରେ ୨୦ଟି ଓଆର ମାମଲା ସହିତ ୩୩ଟି ୟୁଡି ମାମଲା ରୁଜ୍ଜୁ କରିଥିଲେ । ସେହିପରି କାଠ ଚୋରା ଚାଲାଣକେୁ ନଇ ୧୫ଟି ମାମଲା ସହତି ୨୯ଟି ୟୂଡି କେସ ରୁ୍ଜୁ କରିଥିଲେ ।
କାଠ ଜବତ କରିବା ସହ ୧୯ଟି ଯାନବାହନ ଜବତ କରିଥିଲେ । ଏଭଳି କାର୍ଯ୍ୟର ପ୍ରଶଂସା କରାଯିବା ସହିତ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଶ୍ୱ ଜଙ୍ଗଲ ଦିବସ ପାଳନ ଅବସରରେ ସେ ପୁରସ୍କୃତ ହୋଇଛନ୍ତି । ଆଜି ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ
ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମୋନା ଶର୍ମାଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୋନା ଶର୍ମାଙ୍କ ସହିତ ଅତରିକ୍ତ ପିସିସିଏଫ ଓମ୍ ପ୍ରକାଶ ସିଂହ ପ୍ରମୁଖ ଉପସ୍ଥିତ ରହିଥିଲେ ।