News
WhatsApp Image 2023-10-04 at 17.25.00
samparksetu

୫୫ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ ପକ୍ରିୟାରେ ସିଥିଲତା ହେବାରୁ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥର ସମ୍ପ୍ରସାରଣ ପକ୍ରିୟା ଦୀର୍ଘ ଦିନ ହେବ ଶିଥିଳ ଅବସ୍ଥାରେ ପଡିରହିଛି। ଏଠିପ୍ରତି କାହାର ନିଘା ନଥିବା ଜଣା ପଡୁଛି। ରାସ୍ତାରେ ଯାତାୟାତ କରୁଥିବା ବ୍ୟକ୍ତି ରାସ୍ତାରେ ଯିବା ପାଇଁ ଅସୁରକ୍ଷିତ ମନେ କରୁଛନ୍ତି । ଧୂଳିର ମାତ୍ରା ଏତେ ଅଧିକ ଯେ ଦିନ ସମୟରେ କୁହୁଡିର ଭ୍ରମ ସୃଷ୍ଟି କରୁଛି ।

ତେବେ ବୟସ୍କ ବ୍ୟକ୍ତି, ଶିଶୁ ଓ ରୋଗାକ୍ରାନ୍ତ ବ୍ୟକ୍ତି ଶ୍ଵାସ ଜନିତ ରୋଗରେ ପୀଡିତ ହେଉଛନ୍ତି। ରାସ୍ତା କଡରେ ବସବାସ କରୁଥିବା ଗ୍ରାମ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ରାସ୍ତାରେ ସୃଷ୍ଟି ହୋଇଥିବା ଖାଲ ଏକ ଛୋଟ ପୋଖରୀର ଭ୍ରମ ସୃଷ୍ଟି କରୁଥିବା ବେଳେ ଏହା ଲୋକ ମାନଙ୍କ ପାଇଁ ମରଣ ଯନ୍ତା ପାଲଟିଛି । ଗାଡି ଚାଳକ ଗାଡି ଚଳାଇବା ପାଇଁ ମଧ୍ୟ ଭୟ କରୁଛନ୍ତି।

ତେବେ ଏନେଇ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ (NHAI ) ଢେଙ୍କାନାଳର ଉଚ୍ଚଧିକାରୀ ବଳଦିଆବନ୍ଧ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ନିରୁପମା ହାତୀ ଓ ବଳଦିଆବନ୍ଧ ପଞ୍ଚାୟତ ପ୍ରଗତି ପରିଷଦର ସଭାପତି ଶଙ୍କର୍ଷଣ ଜେନା, ସମ୍ପାଦକ ସନ୍ତୋଷ କୁମାର ଜେନା, ସହ ସମ୍ପାଦକ ଶୁଭ୍ରାଂଶୁ ସାମଲ, ସୁବାଷ କୁମାର ହାତୀ ଓ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସାକ୍ଷାତ ମୂଳକ ଦାବି ଜଣାଇଥିଲେ । ତେବେ ଏହାର ଖୁବଶୀଘ୍ର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନ୍. ଏଚ. ଏ. ଆଇ ର ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି।

new life
You might also like
error: Content is protected !!