News
WhatsApp Image 2023-10-04 at 17.25.00
samparksetu

ଢେଙ୍କାନାଳ ପୌରସଂସ୍ଥାରେ ବିଜେପିର ବାଜିମାତ ,କାମାକ୍ଷାନଗର ଓ ଭୁବନ ଏନଏସି ରେ ଅଧ୍ୟକ୍ଷ ପଦବୀ ହାତେଇଲା ବିଜେଡି ;ଦ୍ୱିତୀୟ ଥର ପାଇଁ ନଗରପାଳ ହେଲେ ଧର୍ମାନନ୍ଦ

ଢେଙ୍କାନାଳ ପୌରସଂସ୍ଥାରେ ବିଜେଡି ସର୍ବାଧିକ ଆସନ ପାଇଥିବା ବେଳେ ବିଜେପି ଦ୍ୱୀତୀୟ ଏବଂ ଆପ ଓ କଂଗ୍ରେସ ଜିଲ୍ଲାରେ ମୂଳପୋଛ ହୋଇଥିବାର ଜଣାପଡିଛି । ମୋଟ ୨୩ଟି ୱାର୍ଡରୁ ବିଜେଡି ୯ଟି ଆସନ ପାଇଥିବା ବେଳେ ବିଜେପି ୯ଟି ଏବଂ ସ୍ୱାଧିନ ଭାବରେ ଜଣେ ବିଜୟୀ ହୋଇଛନ୍ତି । ମୋଟ ୨୩ଟି ଓାର୍ଡ ମଧ୍ୟରୁ ୧ ନଂ ୱାର୍ଡରେ ବିଜେପିର ବଳରାମ ସେଠୀ ବଳରାମ ସେଠୀ୯୨୮ ଖଣ୍ଡ ଭୋଟ ପାଇବିଜୟୀ ହୋଇଥିବା ବେଳେ ବିଜେଡିର ଚନ୍ଦନ କୁମାର ବେହେରା ୮୫୩,କଂଗ୍ରେସର ବସନ୍ତ ବେହେରା ୧୧ଖଣ୍ଡ,ସ୍ୱାଧୀନ ଭାବରେ ମଦନ ବେହେରା ଖଣ୍ଡେ ଭୋଟ ପାଇଥିବାର ଜଣାପଡିଛି । ସେହିପରି ୨ ନଂ ୱାର୍ଡରେ ବିଜେଡିର ଦିପ୍ତି ରଞ୍ଜନ ସେଠୀ ୨୨୦ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପିର ବିନୋଦ ବିହାରୀ ମଲ୍ଲିକ ୧୪୧ ଖଣ୍ଡ,କଂଗ୍ରେସର ଦିଲ୍ଲିପ କୁମାର ନାଏକ ୧୫ଖଣ୍ଡ,ସ୍ୱାଧିନ ଭାବରେ ରଞ୍ଜନ କୁମାର ବେହେରା ୬୫ଖଣ୍ଡ ଭୋଟ ପାଇଛନ୍ତି, ୩ ନଂ ୱାର୍ଡରେ ବିଜେଡିର ଅଭିମନ୍ୟୁ ପଣ୍ଡା ୬୦୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପିର ଛାୟକାନ୍ତ ମିଶ୍ର ୩୫୬ଖଣ୍ଡ. କଂଗ୍ରେସର ନିଳିମା ଦାସ ୬୧ଖଣ୍ଡ,ଆପର ଦେବବ୍ରତ ସାହୁ ୧୯ ଖଣ୍ଡ,ଓଡିଶା ଜନତା ପାର୍ଟିର ସ୍ୱସ୍ତିଦା ଶତପଥି ୩ଖଣ୍ଡ ଭୋଟ ପାଇଛନ୍ତି ।

ସେହିପରି ୪ ନଂ ୱାର୍ଡରେ ବିଜେଡିର ଲିପିକା ଦାସ ୪୦୯ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପିର ର ତ୍ନପ୍ରଭା ଆଇଚ ୩୪୬ଖଣ୍ଡ,କଂଗ୍ରେସର ସୋନାଲୀ ସ୍ୱାଇଁ ୧୨୨ଖଣ୍ଡ,ସ୍ୱାଧିନ ଭାବରେ ଅନସୂୟା ମହାନ୍ତି ୩୫୧ ଖଣ୍ଡ,୫ ନଂ ୱାର୍ଡରେ ବିଜେଡିର ପ୍ରକାଶ କୁମାର କଅଁର ୪୦୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପିର ରୁଦ୍ରନାରାୟଣ ତ୍ରିପାଠୀ ୪୦୬ଖଣ୍ଡ, ସ୍ୱାଧିନ ଭାବରେ ଦେବେଶ କୁମାର ମିଶ୍ର ୨୦୮ଖଣ୍ଡ, ୬ ନଂ ୱାର୍ଡରେ ବିଜେଡିର ସନ୍ଦୀପ ଷଢଙ୍ଗୀ ୬୦୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପିର ସନ୍ତୋଷ କୁମାର ରାଉତ ୪୫୩ଖଣ୍ଡ,ଆପର ଦିପକ କୁମାର ମହାପାତ୍ର ୭ଖଣ୍ଡ, ଓଡିଶା ଜନତା ପାର୍ଟିର ପ୍ରତାପ କୁମାର ପଣ୍ଡା୮ଖଣ୍ଡ,୭ ନଂ ୱାର୍ଡରେ ବିଜେଡିର ସସ୍ମିତା ଭଞ୍ଜ୧ହଜାର ୧୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପିର ଜୁଲିନା ମହାନ୍ତି ୯୫୨ ଖଣ୍ଡ, କଂଗ୍ରେସର ସୁଭାଶିନି ମହାପାତ୍ର ୨୧ଖଣ୍ଡ, ୮ନଂୱାର୍ଡରେ ବିଜେପିର ପ୍ରତାପ ନାଏକ ୮୧୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେଡିର ରଶ୍ମିରଞ୍ଜନ ରାଉତ ୬୬୪ ଖଣ୍ଡ,ଓଡିଶା ଜନତା ପାର୍ଟିର ଶୈଳେନ୍ଦ୍ର କୁମାର ସାମନ୍ତ ୨୩ଖଣ୍ଡ,କଂଗ୍ରେସର ସୁରେଶନାଏକ୧୧ ଖଣ୍ଡ,୯ ନଂରେ ବିଜେପିର ସୂର୍ଯ୍ୟପ୍ରତାପ ରାଉତ ୧ ହଜାର ୧୮୨ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେଡିର ଶକ୍ତିପ୍ରସାଦ ବେଉରା ୮୮୮ଖଣ୍ଡ,କଂଗ୍ରେସର ହୃଦୟାନନ୍ଦ ମହାନ୍ତି ୨୧ଖଣ୍ଡ, ୧୦ ରେ ବିଜେପିର ସୂମିତ୍ରା ମଲ୍ଲିକ୧ ହଜାର ୧୮୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେଡିର କିରଣ କୁମାର ରାଉତ ୯୮୩ଖଣ୍ଡ,କଂଗ୍ରେସର ଭାଗ୍ୟଶ୍ରୀ ମଲ୍ଲିକ ୮୩ଖଣ୍ଡ,ଆପର ପଦ୍ମିନୀ ନାଏକ ୨୨ ଖଣ୍ଡ, ୧୧ ନଂ ୱାର୍ଡରେ ବିଜେପିର ଲକ୍ଷ୍ମୀପ୍ରୀୟା ଦଳେଇ୯୬୦ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେଡିର ରତ୍ନପ୍ରଭା ସାହୁ ୪୭୫ଖଣ୍ଡ, ୧୨ ନଂ ୱାର୍ଡରେ ବିଜେଡିର ଶୁଭଲକ୍ଷ୍ମୀ ସାହୁ ୫୪୦ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର
କଳ୍ପନା ଦାଶ ୩୩୧ ଖଣ୍ଡ ,ସ୍ୱାଧିନ ଭାବରେ ଅଞ୍ଜଳୀ ପାତ୍ର ୨୫୮ଖଣ୍ଡ,ଆପର ମୁସଲେହା ବେଗମ ୧୪ଖଣ୍ଡ,୧୩ ନଂରେ
ବିଜେଡିର ସାଗିର ମହମ୍ମଦ ୬୯୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପିର ଅରବିନ୍ଦ ବେହେରା ୬୪୧ଖଣ୍ଡ, କଂଗ୍ରେସର ହାଇଦର ମହମ୍ମଦ ୪୯ଖଣ୍ଡ,ଓଡିଶା ଜନତା ପାର୍ଟିର ୨୫ଖଣ୍ଡ,ସ୍ୱାଧିନ ଭାବରେ ଅକ୍ଷୟ ରାଉଳ୩୨ଖଣ୍ଡ,୧୪ରେ ସ୍ୱାଧିନ ଭାବରେ ବଂଶୀଧର ଦଳେଇ୫୬୭ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇଥିବା ବେଳେବିଜେଡିର ରୁଦ୍ରାନ୍ତ କୁମାର ଦଳେଇ୪୨୪ଖଣ୍ଡ ଆପର ସୁନିଲ କୁମାର ସାହୁ ୧୪ ଖଣ୍ଡ ବିଜେପିର ଅନଶ୍ୱୟା ବେହେରା
୧୦୭ ଖଣ୍ଡ,୧୫ରେ ବିଜେପିର ନିରୋଦ କୁମାର ସାହୁ୮୪୦ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡିର ବିମଳ ନାୟକ ୧୮୪ ଖଣ୍ଡ, ୧୬ରେ ବିଜେଡିର ସବିତା ବେହେରା ୭୦୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପିର ଶୁଭଶ୍ରୀ ଦଳେଇ ୩୯୭ ଖଣ୍ଡ, ୧୭ରେ ବିଜେଡିର ମଧୁସ୍ମିତା ସ୍ୱାଇଁ ୮୪୮ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପିର ପୁଷ୍ପଲତା ମହାପାତ୍ର ୫୭୦ଖଣ୍ଡ,୧୮ ରେ ବିଜେଡିର ଗୀତା ଦେହୁରୀ୭୧୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପିର ଅଞ୍ଜଳୀ ମୁଣ୍ଡା୪୨୧ଖଣ୍ଡ,୧୯ ନଂରେ ବିଜେପିର ଅନିତା ମଲ୍ଲିକ୧ ହଜାର ୨୯ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି ।

ବିଜେଡିର ସନ୍ଧ୍ୟାରାଣୀ ବେହେରା ୫୮୯ଖଣ୍ଡ,ଆପର ଅଞ୍ଜଳୀ ବେହେରା ୨୧ଖଣ୍ଡ,କଂଗ୍ରେସର ପ୍ରମିଲା ମଲ୍ଲିକ ୧୫ଖଣ୍ଡ,ସ୍ୱାଧିନ ଭାବରେ ଗିତାଞ୍ଜଳୀ ମଲ୍ଲିକ ୪୦ଖଣ୍ଡ,୨୦ରେ ବିଡେିର ରୋଜାଲିନ ସାହୁ୬୬୧ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପିର ମମତା ସାହୁ ୩୪୦ଖଣ୍ଡ, କଂଗ୍ରେସର ୧୧୬ଖଣ୍ଡ,୨୧ ନମ୍ବର ୱାର୍ଡରେ ବିଜେପିର ମମତା ସାହୁ ୭୧୨ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେଡିର ସନ୍ଧ୍ୟାରାଣୀ ପଣ୍ଡା୩୩୪ ଖଣ୍ଡ,କଂଗ୍ରେସର ହରପ୍ରୀୟା ନାଥ ୩୪ଖଣ୍ଡ,୨୨ ନଂ ରେ ବିଜେପିର ସୁମିତା ମଲ୍ଲିକ ୬୩୧ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେଡିର ଉର୍ବଶୀ ମହାପାତ୍ର ୩୮୬ ଖଣ୍ଡ,କଂଗ୍ରେସର ନିରୁପମାମଲ୍ଲିକ ୨୯ଖଣ୍ଡ,ସ୍ୱାଧିନ ଭାବରେ ରେବତୀ ସାହୁ୩୧୬ ଖଣ୍ଡ,୨୩ନମ୍ବର ୱାର୍ଡରେ ବିଜେଡିର ବ୍ରହ୍ମାନନ୍ଦ ମଲ୍ଲିକ ୭୫୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ବିଜେପିର ବିଦୁଲତା ବେହେରା ୫୨୯ ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି ।

କାମାକ୍ଷାନଗର ଏନଏସିରେ କ୍ଲିନ ସୁଇପ କରିଛି ବିଜେଡି । ଏନଏସିରେ ଥିବା ୧୪ଟି ୱାର୍ଡରେ ବିଜେଡି ବାଜିମାତ କରିବା ସହିତ ନଗରପାଳ ପଦବୀକୁ ମଧ୍ୟ ନିଜ ଦଖଲକୁ ନେଇଛି । ବିଜେଡିର ଧର୍ମାନନ୍ଦ ପରିଡା ଚତୁର୍ଥ ଥରପାଇଁ ବିଜୟହାସଲ କରିଛନ୍ତି । ଧର୍ମାନନ୍ଦ ପରିଡା ମୋଟ ୮ ହଜାର ୨୫୬ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ରଣଜିତ ସାହୁ ୧ ହଜାର ୭୯୩ଖଣ୍ଡ ଭୋଟ ପାଇଥିବା ବେଳେ ଧର୍ମାନନ୍ଦ ମୋଟ ୬ ହଜାର ର ୪୬୩ଖଣ୍ଡ ଭୋଟରେ ବିଜୟ ହାସଲ କରିଛନ୍ତି । ସେହିଭଳି ମୋଟ ୧୫ଟି ୱାର୍ଡମଧ୍ୟରୁ ୧୪ଟିରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଗୋଟିଏ ରେ ବନ୍ଦ ରହିଥିଲା । ବିଜେଡି ୧୪ରୁ ୧୪ ୱାର୍ଡରେବିଜୟ ହାସଲ କରିଥିବାର ଜଣାପଡିଛି ।

୧ ନଂ ୱାର୍ଡରେ ବିଜେଡିର ଶୁକଦେବ ସାହୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ବେଳେ ୨ ନଂ ଶକୁନ୍ତଳା ସେଠୀ ୩୯୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦି ଝିଲ୍ଲୀ ମହଳିକ ୨୯୩ ଖଣ୍ଡ ଭୋଟପାଇ ପରଜିତ ହୋଇଛନ୍ତି ।ସେହିପରି ୩ ନଂରେ ଲୋପାମୁଦ୍ରା ନାଏକ ୪୮୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ୪ ନଂ ରୀତା ନାଏକ ୩୨୦ଖଣ୍ଡ,୫ ନଂ ସରୋଜ ମହାଳକି ୪୨୫ଖଣ୍ଡ ଭୋଟ ପାଇଛନ୍ତି । ୬ ନମ୍ବର ୭ ନମ୍ବର ଏବଂ ୮ନମ୍ବରରେ ପ୍ରାର୍ଥୀ ନିର୍ଦ୍ବନ୍ଦ ରେ ନିର୍ବାଚିତ ହୋଇଥିଲେ ।

ସେହିପରି ୯ନମ୍ବର ୱାର୍ଡରେଜିତେନ୍ଦ୍ର ରାଉଳ ୩୯୮ ଖଣ୍ଡ,୧୦ ନମ୍ବରରେ ସୌମ୍ୟାଶ୍ରି ଜି ୯୫୯ଖଣ୍ଡ,୧୧ ନମ୍ବରରେ ପ୍ରମୋଦ ଷେଣ୍ଡ ୯୨୯ଖଣ୍ଡ,୧୨ ନମ୍ବରରେ ବନମାଳୀରାଉଳ ୫୫୫ ଖଣ୍ଡ,୧୩ ନମ୍ବରରେ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ୧୪ ନମ୍ବରରେ ଖୋଲଣା ବେହେରା ୬୪୨ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି ।

ନଗରପାଳ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରିଥିବା ବିଜେଡିର ଧର୍ମାନନ୍ଦ ପରିଡା ୮ହଜାର ୨୫୬ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ରଞ୍ଜିତ କୁମାର ସାହୁ ୧ହଜାର ୭୯୩ ଖଣ୍ଡ, କଂଗ୍ରେସର ସନ୍ତୋଷ ମହାରଣା ୧୬୮ ଖଣ୍ଡ, ଆପର ସୁବୋଧ କୁମାର ବେହେରା ୪୮ ଖଣ୍ଡ ସ୍ୱାଧୀନ ଭାବରେ ଅଭିମନ୍ୟୁ ନାଏକ ୩୦୧ ଖଣ୍ଡ ଭୋଟ ପାଇଛନ୍ତି । ଧର୍ମାନନ୍ଦ ପରିଡା ୬ ହଜାର ୨୫୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।

ଭୁବନ ଏନଏସିରେ ବିଜେଡି ଏବଂ ବିଜେପି ମଧ୍ୟରେ କଡା ଟକ୍କର
ଦେଖିବାକୁ ମିଳିଛି । ମୋଟ ୧୫ ଟି ୱାର୍ଡରୁ ବିଜେଡି୮ ଟି ଆସନ ଦଖଲ କରିଥିବା ବେଳେ ବିଜେପି ୭ଟିରେ ବିଜୟୀ ହୋଇଛି । ନଗରପାଳ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ଶୁଭେନ୍ଦୁ କୁମାର ସାହୁ ୭ ହଜାର ୭୭୮ ଖଣ୍ଡ ଭୋଟ ପାଇଥିବା ବେଳେ ନରହରି ସାହୁ ୫ ହଜାର ୮୭୪ଖଣ୍ଡ,ଶିବରାମ ସାହୁ ୩୬୨ଖଣ୍ଡ,ଜଗବନ୍ଧୁ ପୃଷ୍ଟି ୧୬୩ଖଣ୍ଡ ,ମହେଶ୍ୱର ସାହୁ ୪୬ଖଣ୍ଡ ଭୋଟ ପାଇଛନ୍ତି । ସର୍ବାଧିକ ଭାବରେ ଶୁଭେନ୍ଦୁ କୁମାର ସାହୁ ଭୋଟ ପାଇ ନଗରପାଳ ପଦବୀ ହାସଲ କରିଛନ୍ତି ।

ସେହିପରି ୧ ନମ୍ବର ୱାର୍ଡରେ ବିଜେଡିର ଗିରିଧାରୀ ସାହୁ,୨ ନମ୍ବର ୱାର୍ଡରେ ବିଜେପିର କୃପାସିନ୍ଧୁ ବେହେରା,୩ନମ୍ବର ୱାର୍ଡରେ
ବିଜେଡିର ମାନିନୀ ସାହୁ,୪ ନମ୍ବର ୱାର୍ଡରେ ବିଜେପିର ସୁଚିତ୍ରା ସାହୁ,୫ନମ୍ବର ୱାର୍ଡରେ ବିଜେପିର ରଞ୍ଜିତା ସାହୁ,୬ନମ୍ବର ୱାର୍ଡରେ ବିଜେପିର ସୁଶାନ୍ତ କୁମାର ନାୟକ,୭ନମ୍ବର ୱାର୍ଡରେ ବିଜେଡିର ନରେନ୍ଦ୍ର ବେହେରା,୮ନମ୍ବର ୱାର୍ଡରେ ବିଜେପିର ସୁମିତା ନାୟକ, ୯ନମ୍ବର ୱାର୍ଡରେ ବିଜେଡିର ପପୁ କୁମାର ସାହୁ,୧୦ ନମ୍ବର ୱାର୍ଡରେ ବିଜେପିର ମଞ୍ଜୁଲତା ସେଠୀ,୧୧ ନମ୍ବର ୱାର୍ଡରେ ବିଜେଡିର ସ୍ୱର୍ଣ୍ଣମଞ୍ଜରୀ ସାହୁ,୧୨ନମ୍ବର ୱାର୍ଡରେ ବିଜେଡିର କବିତା ସେନାପତି, ୧୩ନମ୍ବର ୱାର୍ଡରେ ବିଜେପିର ମନୋରଞ୍ଜନ ସାହୁ,୧୪ନମ୍ବର ୱାର୍ଡରେ ବିଜେଡିର କଳ୍ପନା ବେହେରା,୧୫ନମ୍ବର ୱାର୍ଡରେ ବିଜେଡିର ଝୁନା ନାଏକ ବିଜୟୀ ହୋଇଛନ୍ତି । ମୋଟ ୧୫ଟି ୱାର୍ଡ ମଧ୍ୟରୁ ବିଜେଡି ୮ଟିଏବଂ ବିଜେପି ୭ଟିରେ ବିଜୟ ହୋଇଛି ।

new life
You might also like
error: Content is protected !!