ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କାର୍ଯ୍ୟରତ କନିଷ୍ଠ ସହକାରୀ କିରାଣୀ ବିଧୁପ୍ରସାଦ ବେହେରା ।
ମେଡ଼ିକାଲ ଚିକିତ୍ସା ବିଲ କରେଇ ଦେବା ପରେ ଜଣେ ଶିକ୍ଷୟିତ୍ରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ସୂଚନା ଅନୁଯାୟୀ ,ଭୁବନ ଭିତରଦିଗପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଚିତ୍ରା ହୋତାଙ୍କର ୨୭ ହଜାର ଟଙ୍କାର ଏକ ମେଡ଼ିକାଲ ବିଲ ୨ ମାସ ତଳେ ପାସ ହୋଇଥିଲା l
ଖର୍ଚ୍ଚ ପାଇଁ କିରାଣୀ ବିଧୁପ୍ରସାଦ ବେହେରା ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ତେବେ କଟକ ଓ ଢେଙ୍କାନାଳ ଭିଜିଲାନ୍ସର ୨ ଟି ସ୍ୱତନ୍ତ୍ର ଟିମ ଅଭିଯୁକ୍ତ ଶିକ୍ଷା ବିଭାଗର ବରିଷ୍ଠ ସହକାରୀ କିରାଣୀକୁ ଅଟକ କରି ଅଧିକ ତଦନ୍ତ ଚଳାଇଛି । ତେବେ ଏହି ଲାଞ୍ଚ କାରବାର ରେ ଅନ୍ୟ ଜଣେ କର୍ମଚାରୀ ସାମିଲ ଥିବା ଅଭିଯୋଗ ହୋଇଛି l