ଢେଙ୍କାନାଳ ଜିଲ୍ଲାରେ ଟଙ୍କିକିଆ ଚାଉଳ ଦେଉଛି ରୋଜଗାର । କଥାଟା ଯେତିକି ସମ୍ବେଦନଶୀଳ ସେତିକି ଚିନ୍ତନର ବିଷୟ । ସରକାରଙ୍କୁ ଠକି ଖାଦ୍ୟସୁରକ୍ଷା ଯୋଜନାରେ ନିଜକୁ ସାମିଲ କରି ୧ଟଙ୍କାରେ ଚାଉଳ କିଣିବା ପରେ ସେହି ଚାଉଳକୁ ୧୫ ଟଙ୍କାରେ ବିକ୍ରୀ କରିବା ବେଶ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି । ଢେଙ୍କାନାଳ ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨ଲକ୍ଷ ୪୨ହଜାର ୯୦୧ ଜଣ ହିତାଧିକାରୀ ସାମିଲ ହୋଇଥିବା ଜଣାପଡିଛି । ଜିଲ୍ଲାର ଭୁବନ ବ୍ଲକର ୨୦ ହଜାର ୫୩୫ ପରିବାରର ୭୩ ହଜାର ୩୧୬ ଜଣ ସଦସ୍ୟ ସରକାରଙ୍କ ଯୋଜନାରେ ଚାଉଳ ପାଉଥିବା ବେଳେ ଏନଏସିରେ ୪ ହଜାର ୬୧୮ ପରିବାର ର ୧୫ ହଜାର ୨୪୫ ଜଣ ସଦସ୍ୟ,ଢେଙ୍କାନାଳ ପୌରସଂସ୍ଥାରେ ୭ ହଜାର ୧୪୬ ପରିବାରର ୨୨ ହଜାର ୮୩ ଜଣ ସଦସ୍ୟ, ସଦର ବ୍ଲକ ର ୩୪ ହଜାର ପରିବାରର ୧ଲକ୍ଷ ୧୫ ହଜାର ୩୨ ଜଣ ସଦସ୍ୟ, ଗଁଦିଆ ବ୍ଲକର୩୨ ହଜାର ୯୯୮ ପରିବାରର ୧ଲକ୍ଷ ୧୫ହଜାର ୪୯୯ ଜଣ ସଦସ୍ୟ, ହିନ୍ଦୋଳ ବ୍ଲକର ୩୮ ହଜାର ୧୭୦ ପରିବାରର ୧ଲକ୍ଷ ୩୧ ହଜାର ୩୫୧ ଜଣ ସଦସ୍ୟ , କାମାକ୍ଷାନଗର ବ୍ଲକ ର ୨୩ ହଜାର ୪୮୩ ପରିବାରର ୭୯ ହଜାର ୯୨୭ ଜଣ ସଦସ୍ୟ,କାମାକ୍ଷାନଗର ଏନଏସିର ୨ ହଜାର ୫୮୬ ପରିବାରର ୮ହଜାର ୧୮୫ ଜଣ ସଦସ୍ୟ,କଙ୍କଡାହାଡ ବ୍ଲକର ୨୩ ହଜାର ୬୭ ପରିବାରର ୮୩ ହଜାର ୯୩୦ ଜଣ ସଦସ୍ୟ ,ଓଡାପଡା ବ୍ଲକର ୨୮ହଜାର ୬୨ ପରିବାରର ୯୬ ହଜାର ୮୩୫ ଜଣ ସଦସ୍ୟ ,ପରଜଙ୍ଗ ବ୍ଲକ ର ୨୭ ହଜାର ୮୪୩ ପରିବାରର ୯୬ ହଜାର ୩୩ ଜଣ ସଦସ୍ୟ ସରକାରଙ୍କ ପିଡ଼ିଏସ ଯୋଜନାରେ ମାସକୁ ଚାଉଳ ପାଉଛନ୍ତି । ଜିଲ୍ଲାରେ ମୋଟ ୨ଲକ୍ଷ ୪୨ ହଜାର ୯୦୧ ପରିବାରର ୮ଲକ୍ଷ ୩୭ ହଜାର ୪୩୬ ଜଣ ସଦସ୍ୟଙ୍କୁ ମାସିକ ୩୩ ହଜାର ୩୫୮ ମେଟ୍ରିକ ଟନ ଚାଉଳ ଯୋଗାଣ ହେଉଛି ।
ସେହିପରି ଅନ୍ନପୂର୍ଣ୍ଣା ଅନ୍ତଦ୍ୟୋୟ ଯୋଜନାରେ ୩୫ ହଜାର ୬୮୮ ପରିବାରର ୧ଲକ୍ଷ ୭ ହଜାର ୩୭୯ ସଦସ୍ୟଙ୍କୁ ୧୨ ହଜାର ୪୯୦ କ୍ୱିଣ୍ଟାଲ ଚାଉଳ ଯୋଗାଇ ଦିଆଯାଉଛି ।ସରକାର ଚାଷୀ ମାନଙ୍କ ଠାରୁ ୧୮ଟଙ୍କା ୫୦ ପଇସାରେ ଧାନ କିଣି ମିଲର ମାନଙ୍କ ସହାୟତାରେ ଚାଉଳ ପ୍ରସ୍ତୁତ କରି ରିହାତି ଦେବା ସହିତ ୧ଟଙ୍କାରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ୫ କେଜି ଲେଖାଏଁ ଚାଉଳ ପ୍ରଦାନ କରାଯାଇଛି । ସରକାର ଯେଉଁ ଚାଉଳ ପ୍ରଦାନ କରୁଛନ୍ତି ତାହା ହିତାଧିକାରୀଙ୍କ ପାଇଁ ଲାଭ ଜନକ ବ୍ୟବସାୟରେ ପରିଣତ ହୋଇଛି । ସରକାରଙ୍କ ଠାରୁ ୧ ଟଙ୍କାରେ ଚାଉଳ କିଣି ହିତାଧିକାରୀ ମାନେ ୧୫ରୁ ୧୮ ଟଙ୍କାରେ ସେହି ଚାଉଳକୁୂ ବିକ୍ରୀ କରିଦେଉଥିବାର ଜଣାପଡିଛି ।
ଏହି ଚାଉଳକୁ ଡିଲର ମାନଙ୍କ ସହିତ ମିଲର ମାନେ ସଂଯୋଗ ସ୍ଥାପନ କରି ହିତାଧିକାରୀ ମାନଙ୍କ ଠାରୁ କିଣି ନେଉଥିବାର ଜଣାପଡିଛି । ମିଲର ମାନେ ପ୍ରତି ଗ୍ରାମରେ ଦଲାଲ ରଖି ପିଡ଼ିଏସ ଚାଉଳକୁ ୧୫ଟଙ୍କାରେ କିଣି ମିଲ କୁ ନେଉଥିବାର ଜଣାପଡିଛି ।ଫଳରେ ହିତାଧିକାରୀ ୧ଟଙ୍କାରେ କିଣି ୧୪ଟଙ୍କା ଲାଭ ପାଉଥିବା ବେଳେ ମିଲର ବି ମାଲେ ମାଲେ ହେଉଥିବାର ଜଣାପଡ଼ିଛି । ସରକାରଙ୍କ ତରଫରୁ ଏହାର ତଦନ୍ତ ସହତି କାର୍ଯ୍ୟ।ନୁଷ୍ଠାନ ନେବାକୁ ଦାବି ହୋଇଛି ।