News
WhatsApp Image 2023-10-04 at 17.25.00
samparksetu

ଚୀନର ହୀନଚକ୍ରାନ୍ତ ପରେ ମଧ୍ଯ ଚମକିବ ଭାରତ

ସମଗ୍ର ବିଶ୍ଵରେ ବର୍ତ୍ତମାନ ସମୟରେ ବିଭିନ୍ନ ନାଟକୀୟ ଭାବେ ଉପୁଜିଥିବା ପରିବର୍ତ୍ତନ ଆଶ୍ଚର୍ଯ୍ୟ କରିଥିବା ବେଳେ, ଦକ୍ଷିଣ ଏସିଆ ମଧ୍ଯ ସେଥିରୁ ବାଦ୍ ପଡି ନାହିଁ l ନିକଟରେ ଚୀନର ଚତୁରତାକୁ ବୁଝି ନପାରି ପାକିସ୍ଥାନ ଓ ଶ୍ରୀଲଙ୍କା ଦୁର୍ଦ୍ଦଶା ଭୋଗୁଛନ୍ତି l

କୋଭିଡ଼ ମହାମାରୀ ସଂକ୍ରମଣ ଦ୍ଵାରା ଦୀର୍ଘ  ୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ସମଗ୍ର ବିଶ୍ଵ ର ଅର୍ଥନୀତି ପ୍ରଭାବିତ ହୋଇଥିବା ବେଳେ ଏହାର ମୁଖ୍ୟ ଉତ୍ପତ୍ତି ସ୍ଥଳ ଥିଲା ଚୀନର ଉହାନ ସହର l ଜୈବ ଯୁଦ୍ଧ ଦ୍ଵାରା ଚୀନ ଏହି ଚକ୍ରାନ୍ତ କରିଥିବା ବେଳେ ଭାରତ ସହ ସୀମା ବିବାଦ, ପାକିସ୍ଥାନକୁ ଯୁଦ୍ଧାସ୍ତ୍ର ପଠାଇବାସହ ଭାରତ ବିରୋଧୀ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦେବା ଏବଂ ବିଭିନ୍ନ ରାଜନୈତିକ ହସ୍ତକ୍ଷେପ ଦ୍ୱାରା ଶ୍ରୀଲଙ୍କା, ପାକିସ୍ଥାନରେ ଅସ୍ଥିରତା ସୃଷ୍ଟି କରିବା ର ଭୟାନକ ପରିଣାମ ଏବେ ସମଗ୍ର ବିଶ୍ଵ ଦେଖୁଛି l ସେହିପରି ଆଫଗାନିସ୍ଥାନରେ ତାଲିବାନ ଶାସନ ଦ୍ୱାରା ଦେଶର ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି l

ଏଭଳି ସ୍ଥିତିରେ ଭାରତର ଦୃଢ଼ ନେତୃତ୍ୱ, କୂଟନୀତି ଏବଂ ବୈଦେଶିକ ନୀତି ଦ୍ୱାରା ଚୀନର ସୈନିକମାନଙ୍କୁ ସୀମାରେ ଦୃଢ଼ ଜବାବ ଦେବା ସହ ପାକିସ୍ଥାନର ଆତଙ୍କବାଦୀ କାର୍ଯ୍ୟକଳାପକୁ ମୁହଁ ତୋଡ ଜବାବ ଦେଉଛନ୍ତି l ଗୋଟେ ପଟେ କରୋନା ବିରୋଧୀ ଟୀକା ପ୍ରସ୍ତୁତ କରି ସମଗ୍ର ବିଶ୍ୱରେ ଭାରତ ପ୍ରଶଂସା ପାଉଥିବା  ବେଳେ, ଏପଟେ ଡ୍ରାଗନର ଚାଲ ରେ ଫସି ଯାଇଛନ୍ତି ଉଭୟ ପଡୋଶୀ ପାକିସ୍ଥାନ ଓ ଶ୍ରୀଲଙ୍କା l ବିଦାୟୀ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବକ୍ତବ୍ୟ ରେ ଭାରତଠୁ ଆତ୍ମ ଗୌରବ ଶିଖିବା କଥା କହିଥିବାବେଳେ ଶ୍ରୀଲଙ୍କା ସରକାର ଏବେ ସମ୍ପୂର୍ଣ୍ଣ ରୂପେ ଭାରତର ସହାୟତା ଉପରେ ନିର୍ଭର କରି ବିପଦ ସମୟରେ ବଡ ଭାଇର ମାନ୍ୟତା ଦେଇଛି l

ତେଣୁ ସ୍ପଷ୍ଟ ଏହାକି ଭାରତ କେବଳ ଏସିଆ ନୁହ ନିଶ୍ଚିତ ଭାବେ ଆଗାମୀଦିନରେ ବିଶ୍ଵ ନେତୃତ୍ବ ନେବ, ଏଥିରେ ସନ୍ଦେହ ନାହିଁ l

✍️ନେତାଜୀ ତାପସ କୁମାର ସାହୁ

new life
You might also like
error: Content is protected !!