News
WhatsApp Image 2023-10-04 at 17.25.00
samparksetu

ବାରହା ଆକ୍ରମଣରେ ବୃଦ୍ଧା ଗୁରୁତର

ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ବନଖଣ୍ଡ ଅନ୍ତର୍ଗତ ଡିହଡୋଳ ସେକ୍ସନ ଖାଲପାଳ ଗ୍ରାମରେ ବାରହା ଆକ୍ରମଣରେ କିଶୋରୀ ସିଂ ବି ବର୍ମା (୬୨) ଗୁରୁତର ହୋଇଛନ୍ତି । ଖବର ମୁତାବକ ଶ୍ରୀ ବର୍ମା ପ୍ରତ୍ୟେକ ଦିନ ସକାଳୁ ପରିଭ୍ରମଣ ନିମନ୍ତେ ନିଜ ଘରଠାରୁ ପୁରୁଣା ଗ୍ରାମ ଅଭିମୁଖେ ଯାଇଥାନ୍ତି । ସେହିପରି ଭାବେ ରବିବାର ଭୋର ସମୟ ୫ ଘଟିକା ସମୟରେ ଚାଲି ଚାଲି ଯାଉଥିବା ବେଳେ ହଠାତ ଏକ ଜଙ୍ଗଲି ବାରହା ଶ୍ରୀ ବର୍ମା କୁ ଆକ୍ରମଣ କରିଥିଲା ଫଳରେ ହାତ,ଗୋଡ଼, ଓ ଆଖିକୁ କାମୁଡି ରକ୍ତାକ୍ତ କରିଦେଇଥିଲା ।

ସେହି ସମୟରେ ଗ୍ରାମର କିଛି ଲୋକ ତାଙ୍କୁ ଉଦ୍ଧାର କରି ତାକୁ ତାଳଚେର ମଣ୍ଡାପାଳ ଚିକିତ୍ସାଳୟ କୁ ଭର୍ତ୍ତି କରିଥିଲେ ଓ ଅଳ୍ପକେ ବର୍ତ୍ତି ଯାଇଥିଲେ କିଶୋରୀ ସିଂ ବର୍ମା । ବାରମ୍ବାର ମହାବୀରୋଡ ରେଞ୍ଜ ର ବନବିଭାଗକୁ ଅଭିଯୋଗ ସ୍ଥାନୀୟ ଲୋକମାନେ କରିଆସୁଥିଲେ ମଧ୍ୟ ଦିନକୁ ଦିନ ଜଙ୍ଗଲି ହାତୀ ଓ ବାରାହା ପଲ ଗାଁ ମୁହାଁ ହୋଇ ଧନଜୀବନ ନଷ୍ଟ କରିଦେଉଛନ୍ତି । ବନ ବିଭାଗ ଆଗାମୀ ଦିନରେ ଗାଁ ମୁଁହା ଜଙ୍ଗଲି ଵାରାହା ଓ ହାତୀ ପଲଙ୍କ ଉପରେ ନଜର ରଖି ଲୋକଙ୍କୁ ସଚେତନତାର କୈାଣସି ପଦକ୍ଷେପ ଗ୍ରହଣ ନକରେ ତେବେ ସ୍ଥାନୀୟ ବାସିନ୍ଦା ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

new life
You might also like
error: Content is protected !!