ଢେଙ୍କାନାଳ ଜିଲ୍ଲାର ତଥା ଓଡିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା କପିଳାସ ଅଭୟାରଣ୍ୟରେ ବୃହତ ଗୂଣ୍ଡୁଚିମୂଷା ବା ନେପାଳୀ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଣ କରୁଛନ୍ତି । ନେପାଳୀ ମୂଷା ବା ବୃହତ ଗୁଣ୍ଡୁଚିମୂଷାଙ୍କର ବଂଶ ବିସ୍ତାର,ସୁରକ୍ଷାପାଇଁ ପରିବେଶବିତ ମାନେ ଦାବି କରିଛନ୍ତି । କପିଳାସ ଜଙ୍ଗଲକୁ ଗତ ୨୦୧୧ ମସିହା ଏପ୍ରିଲ ୨ ତାରିଖରେ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଥିଲା ।
ପ୍ରାୟ ୧୨୫.୫ ବର୍ଗ କିଲୋମିଟରରେ ପରିବ୍ୟାପ୍ତ ଅ ଳକୁ ନେଇ ଗଠିତ ହୋଇ କପିଳାସ ଅଭୟାରଣ୍ୟ ।ସମୁଦ୍ର ପତନଠାରୁ ପ୍ରାୟ ୧ଶହରୁ ୬ଶହ ଉଚ୍ଚତାରେ ରହିଛି ଏହି ଅଭୟାରଣ୍ୟ । ଏହି ଅରଣ୍ୟରେ ବହୁ ଜୀବ ଜନ୍ତୁଙ୍କ ସହିତ ହାତୀ,ହରିଣ,ବାଘ,ଝିଙ୍କ,କୁଟୁରା,ସମ୍ବର,ଭାଲୁ,ବଜ୍ର କାପ୍ତା,ଅହିରାଜ,ଅଜଗର ସାପଙ୍କ ସହିତ ନେପାଳୀ ବା ବୃହତ ଗୁଣ୍ଡୁଚିମୁଷା ବି ରହୁଛନ୍ତି ।
ଜୀବଜନ୍ତୁ ରେ ପୂର୍ଣ୍ଣ କପିଳାସକୁ ଇକୋସେନସିଟିଭ ଜୋନ ଭାବରେ ଘୋଷଣା କରାଯାଇଛି । ଗତ ୨୦୧୪ମସିହା ଏପ୍ରିଲ ୪ ତାରିଖରେ ଭାରତର ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଥିବା ବେଳେ ଏହାର ପରିସରକୁ ୩୯୩.୮୭ ବର୍ଗ କିଲୋମିଟରକୁ ବୃଦ୍ଧି କରିଛନ୍ତି ।
ଏହି ଜୋନ ୫ଶହ ମିଟରରୁ ୧୩.୧୫ କିଲୋମିଟର ପର୍ଯ୍ୟନ୍ତ ବଳବ ର
ରହିବ । ଓଡିଶା ସରକାରଙ୍କ ତରଫରୁ ୨୦୧୬ ମସିହାରେ ଏହାକୁ ଟୁରିଷ୍ଟ ହବ ଭାବରେ ଘୋଷଣା କରାଯାଇଛି । ଜୀବଜନ୍ତୁଙ୍କ ସୁରକ୍ଷା ଏବଂ ଏହାକୁ ଅଭୟାରଣ୍ୟର ମାନ୍ୟତା ଦେବା ପରେ ଏବେ ନେପାଳୀ ବା ବୃହତ ଗୁଣ୍ଡୁଚିମୁଷାଙ୍କ ସୁରକ୍ଷା ପାଇଁ ଦାବି ହୋଇଛି । ଏହି ନେପାଳୀ ମୂଷା ଗୁଡିକ କପିଳାସ ମନ୍ଦିର ନିକଟରେ ରହୁଥିବା ବେଳେ ଗଛ କୁ ଗଛ ଡେଇଁ ଡେଇଁକା ଖାଦ୍ୟ ଖାଇବା ସହିତ କିଚିରି ମିଚିରି ଶବ୍ଦ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ଏହି ନେପାଳୀ ଗୁଡିକର ରଙ୍ଗ କଫି ରଙ୍ଗର ବା ଖଇରିଆ ହୋଇଥାଏ ।
ନେଉଳ ଭଳି ବଡ ବଡ ଲା ରହିଥିବା ବେଳେ ସେମାନଙ୍କର ଲମ୍ବ ପ୍ରାୟ ଏକ ଫୁଟର ଦେଢ ଫୁଟ ପର୍ଯନ୍ତ ଏବଂ ଓଜନ ଦୁଇ କେଜି ପର୍ଯ୍ୟନ୍ତ ହୋଇଥାଏ । ସମ୍ପୂର୍ଣ୍ଣ ଭାବରେ ଶାକାହାରୀ ନେପାଳୀ ଗୁଡିକ ଗଛର ପତ୍ର,ଫୁଲ ଫଳଖାଇବାବେଳେ ପଛ ଗୋଡ ଦୁଇଟି ଏବଂ ଲାଞ୍ଜ ସାହାଯ୍ୟରେ ଓହଳି ଖାଦ୍ୟା ଖାଇଥାନ୍ତି । ସେହିପରି ଦ୍ୱିପ୍ରହର ସମୟରେ ବିଶ୍ରାମ କରିବା ସହିତ ଗଛ ପତ୍ର ଉହାଡରେ ରହିବାକୁ ଭଲ ପାଆନ୍ତି ।
କପିଳାସ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ମନ୍ଦିର ନିକଟରେ ପ୍ରାୟ ଏମାନଙ୍କୁ ଦେଖିବାକୁ ମଳୁଥିବା ବେଳେ ବାରବାଙ୍କ ରାସ୍ତାଏବଂ ପାହାଚ ଦେଇ ଗଲେ ମଧ୍ୟ ଏମାନଙ୍କୁ ଦେଖିବାକୁ ମିଳିଥାଏ । ଏହାକୁ ଦେଖିବାକୁ
ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ଆନନ୍ଦ ଅନୁଭବ କରିଥାନ୍ତି । ଏମାନଙ୍କ ସୁରକ୍ଷାସହିତ ବଂଶ ବିସ୍ତାର କରାଗଲେ
ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ପରିବେଶ ବିତ ତଥା ୟୁଏନ ପୁରସ୍କାର ପ୍ରାପ୍ତ ପରିବେଶବିତ ଶୁଭ୍ରାଂଶୁ ଶତପଥୀ ପ୍ରକାଶ କରିଛନ୍ତି ।