ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ହିନ୍ଦୋଳ ରୋଡ ସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ତରଫରୁ ଛାତ୍ରୀ ମାନଙ୍କ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠତି ହୋଇଯାଇଛି ।
ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଂଯୋଜକ ଅଧ୍ୟାପକ ଅକ୍ଷୟ କୁମାର ନାଥ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ସଂସ୍କତୃ ବିଭାଗରେ ପ୍ରାଧ୍ୟାପକ ଡ. ତପନ କୁମାର ପଣ୍ଡା, ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ନୀଳକଣ୍ଠ ଦାସ ଓ ଓଡିଆ ବିଭାଗର ଅଧ୍ୟାପକ ଡ. ଦେବାନନ୍ଦ ଦାସ ଯଥାକ୍ରମେ ମୁଖ୍ୟ ବ୍ୟକ୍ତା ଏବଂ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ଛାତ୍ରୀ ମାନେ କିଭଳି ଏହି ତାଲିମ ନେଇ ନିଜକୁ ରକ୍ଷାକରିବା ସହତି ଅନ୍ୟମାନଙ୍କୁ ରକ୍ଷା କରିବେ ଏବଂ ପାଠ ପଢିବା ସହତି ଶାରିରୀକ ଯୋଗ ଭଳି ଆତ୍ମରକ୍ଷା ତାଲମି ନେବା ଜରୁରୀ ବୋଲି କହିଥିଲେ ।
ବିଦ୍ୟାଳୟର ଅଧ୍ୟକ୍ଷ ଶମ୍ଭୁ ପ୍ରସାଦ ପ୍ରଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଆତ୍ମରକ୍ଷା ତାଲମି ଶିବିରରେ ମାଷ୍ଟର ଟ୍ରେନର ଭାବରେ ପୂଜାରାଣୀ ବେହେରା ତାଲିମ ପ୍ରଦ।ନ କରିଛନ୍ତି ।