News
WhatsApp Image 2023-10-04 at 17.25.00
samparksetu

ରୁଷ ଏବଂ ୟୁକ୍ରେନ୍ ଯୁଦ୍ଧ ପରିସମାପ୍ତି ପାଇଁ ମୋଦୀ -ବାଇଡେନ୍ ଆଲୋଚନା

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଗତକାଲି ଆଭାସୀ ଆଲୋଚନା ହୋଇଯାଇଛି l ସମ୍ପ୍ରତି ରୁଷ ଓ ୟୁକ୍ରେନ୍ ମଧ୍ଯରେ ଚାଲିଥିବା ଯୁଦ୍ଧ ଏହି ଆଲୋଚନାର ମୁଖ୍ୟ ବିଷୟ ଥିଲା l ଏଥିରେ ବାଇଡେନ୍ ରୁଷ୍ ଉପରେ ଆର୍ଥିକଚାପ ସୃଷ୍ଟି କରି ୟୁକ୍ରେନକୁ ସୁରକ୍ଷିତ କରିବା ପାଇଁ ଭାରତର ସହାୟତା ଲୋଡିଥିଲେ l

ଏହି ଆଲୋଚନାରେ ଯୁଦ୍ଧ ବିଧ୍ଵସ୍ତ ୟୁକ୍ରେନର ବୁଚ ଅଞ୍ଚଳରେ ହୋଇଥିବା ନର ସଂହାର ବିଷୟରେ ଉଭୟ ରାଷ୍ଟ୍ର ଚିନ୍ତା ବ୍ୟକ୍ତ କରିବା ସହିତ ଦୃଢ ନିନ୍ଦା କରିଥିଲେ l ମୋଦୀ ଉଭୟ ରୁଷ ରାଷ୍ଟ୍ରପତି ପୁତିନ୍ ଓ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଆଲୋଚନା କରି ଶାନ୍ତି ପ୍ରତିଷ୍ଠା ପାଇଁ ଯୋଗାଯୋଗ କରିଥିବା କହିଥିଲେ l ବାଇଡେନ୍ ଏହି ଆଲୋଚନାରେ ରୁଷ୍ ରୁ ତୈଳ ଆମଦାନୀ ହ୍ରାସ ପାଇଁ ମତବ୍ୟକ୍ତ କରିଥିଲେ l ଏହା ସହିତ ଶାନ୍ତି ସ୍ଥାପନ ପାଇଁ ଉଭୟ ରାଷ୍ଟ୍ରର ଭୂମିକା ନିଶ୍ଚିତ ଭାବେ ବନ୍ଧୁତାକୁ ମଜଭୁତ କରିବ ବୋଲି ବାଇଡେନ୍ ଆଶା ବ୍ୟକ୍ତ କରିଥିଲେ l

ଏହି ୨+୨ ଆଲୋଚନାରେ ଉଭୟ ମୋଦୀ ଓ ବାଇଡେନ୍ ଆଜି ସାମିଲ ହୋଇଥିବା ବେଳେ ମଙ୍ଗଳବାର ବିଦେଶ ମନ୍ତ୍ରୀ ଏସ. ଜୟ ଶଙ୍କର ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେମାନଙ୍କର ପ୍ରତିପକ୍ଷଙ୍କ ସହ ଆଲୋଚନା କରିବେ l

new life
You might also like
error: Content is protected !!