News
WhatsApp Image 2023-10-04 at 17.25.00
samparksetu

ଦଶୀପୁର ପଞ୍ଚାୟତ ରେ ହୋଇଥିବା ଆବାସ ଘର କଲେଙ୍କାରୀ ଘଟଣା ଉପରେ ବ୍ଲକ ତରଫରୁ ତଦନ୍ତ ଆରମ୍ଭ

କଙ୍କଡାହାଡ଼ ବ୍ଲକ ଦଶୀପୁର ପଂଚାୟତରେ ଆବାସ କଲେଙ୍କାରୀ ର ଗୋଟିଏ ପରେ ଗୋଟିଏ ଦୁର୍ନୀତି ଏବେ ପଦାକୁ ଆସୁଛି ।ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହେଲାପରେ ଆଜି କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଏହା ଉପରେ ବ୍ଲକ କୁ ରିପୋର୍ଟ ମାଗିଛନ୍ତି ଯାହାକୁ ନେଇ ଆଜି କଙ୍କଡାହାଡ଼ ବ୍ଲକ ପ୍ରଶାସନ ତରଫରୁ ଏକ ଟିମ ଦଶୀପୁର ଗାଁକୁ ଯାଇ ତଦନ୍ତ କରିଛନ୍ତି ।ଅଭିଯୋଗ ଏଭଳିଆ ଏଠାରେ ଘର ଆସୁଛି ଜଣଙ୍କ ନାଁରେ କିନ୍ତୁ ଘର ପାଉଛନ୍ତି ଆଉ ଜଣେ ।

ପ୍ରଥମ ଘଟଣା ଦଶୀପୁର ହରିଜନ ସାହିର ଗିରିଆ ନାଏକ ଜଣେ ବୃଦ୍ଧଙ୍କ ଘର ଅନ୍ୟ ଜଣଙ୍କ ନାଁରେ ହୋଇଥିବା ବେଳେ ଏପୁଣି ଆଉ ଏକ ଦୁର୍ନୀତି ପଦାକୁ ଆସିଥିଲା ସେହି ପଂଚାୟତ ରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହେଇଥିବା ଅଭିଯୋଗ କରିଛନ୍ତି ଆବାସ ଯୋଜନାରେ ନାମ ଥାଇ ବଞ୍ଚିତ ହେଇଥିବା ହିତାଧିକାରୀ ଖଗ ବେହେରା ।ଗୁରୁଜାଙ୍ଗୁଲି ଗ୍ରାମର ଖଗ ବେହେରା ଜଣେ ଗରିବ ହରିଜନ ଶ୍ରେଣୀର ବ୍ୟକ୍ତି ସେ ୨୦୧୬-୨୦୧୭ମସିହାରେ ଆବାସ ଆଇଡ଼ ନମ୍ବର OR 3398364 ରେ ନାମ ଥିଲା ବେଳେ ଆବାସ ଯୋଜନା ଦ।ଇତ୍ୱରେ ଥିବା ଅସାଧୁ ଅଧିକାରୀ ଚଞ୍ଚକତା କରି ଗୁରୁଜାଙ୍ଗୁଲି ଗ୍ରାମର ସାଧାରଣ ବର୍ଗ ର ସୀତା ବେହେରାଙ୍କୁ ୪ ଟି କିସ୍ତିରେ ୧ ଲକ୍ଷ ୨୦ ହଜାର ଟଙ୍କା ଦେଇଥିଲେ ।ପ୍ରଥମ କିସ୍ତି ୨୭/୧୨/୨୦୧୭ ରେ ୨୦ ହଜାର, ଦ୍ୱିତୀୟ କିସ୍ତି ୫/୭/୨୦୧୮ ରେ ୩୦ ହଜାର,ତୃତୀୟ କିସ୍ତି ୧୨/୧୨/୨୦୧୮ ରେ ୪୦ ହଜାର,ଚତୁର୍ଥ କିସ୍ତି ୨/୨/୨୦୧୯ ରେ ୩୦ ହଜାର ଟଙ୍କା ଦେଇଥିଲେ ।ଖାଲି ସେତିକି ନାହିଁ ଶ୍ରମିକ ବାବଦରେ ଆସିଥିବା ଟଙ୍କା ମଧ୍ୟ ସୀତା ବେହେରାଙ୍କ ଭାଇ,ଭାଉଜ,ବାପା ଏବଂ ସିତାଙ୍କ ନିଜ ନାଁ ରେ ମାଷ୍ଟ୍ରୋଲ ନମ୍ବର ୬୮୭୫,୬୮୭୬,୬୮୭୭,୧୨୩୯୪,୧୨୪୫୭ ରେ ୧୬୩୮୦ ଟଙ୍କା ଯାଇଥିବା ଜଣାପଡିଛି ।ଖଗ ବେହେରା ଏବେ ଯେଉଁ ଘରେ ରହୁଛନ୍ତି ସେ ଘର ସମ୍ପୂର୍ଣ୍ଣ ଝାଟି ମାଟିର ଘର ସାମାନ୍ୟ ବର୍ଷା କି ପବନ ହେଲେ ଘରେ ରହିବା ସମ୍ବବ ହୁଏ ନାହିଁ ବାଧ୍ୟ ହେଇ ସେ ଅନ୍ୟ ଘରରେ ଆଶ୍ରୟ ନିଅନ୍ତି ।

ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଥିଲା ।ଖଗ ବେହେରା ବିଡ଼ିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି ତାଙ୍କୁ ୧୫ ଦିନ ମଧ୍ୟରେ ନ୍ୟାୟ ନମିକିଲେ ସେ ଜଳ ସମାଧି ଦେବେ ବୋଲି ଅଭିଯୋଗ ପତ୍ର ରେ ଦର୍ଶାଇଛନ୍ତି ।ଯାହାକୁ ନେଇ ଆଜି ଜିପିଓ ଦିନେସ ମିଶ୍ର, ପିଏ ସୁରେଶ ଚନ୍ଦ୍ର ପଣ୍ଡା,କାର୍ଯ୍ୟନିର୍ବାହୀ ଅଧିକାରୀ ମୁନା ସୁରେନ ଯାଇ ତଦନ୍ତ କରିଛନ୍ତି ।ରିପୋର୍ଟ ବିଡ଼ିଓଙ୍କୁ ଦେବେ ବୋଲି କହିଛନ୍ତି ।

new life
You might also like
error: Content is protected !!