News
WhatsApp Image 2023-10-04 at 17.25.00
samparksetu

ଋଣ ଭାର ସହି ନପାରି ଚାଷୀ ଆତ୍ମହତ୍ୟା !

ବାଜିରାଉତ ଙ୍କ ସଂଗ୍ରାମୀ ମାଟି ରେ ମାଟି ସହ ସଂଗ୍ରାମ କରି କରି ଶେଷ ରେ ଋଣ ସୁଝି ନପାରି ଆତ୍ମ ହତ୍ୟା କଲେ ଚାଷୀ ରମେଶ l ଖବର ରୁ ଜଣା ଯାଇଛି ଭୁବନ ବ୍ଲକ କଣପାଳ ସାମିଲ ମହୁଲପାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମ l ଏହି ଗ୍ରାମଟି ସହୀଦ ବୀର ବାଜିରାଉତ ଙ୍କ ଗ୍ରାମ ଭାବେ ସାରା ବିଶ୍ୱ ରେ ପରିଚିତ l ଏହି ଗ୍ରାମ ରମେଶ ଚନ୍ଦ୍ର ସାହୁ ବୟସ ୭୦ ଋଣ ସୁଝି ନପାରି ରଶି ଲଗାଇ ଆତ୍ମ ହତ୍ୟା କରିଥିବାର ଜଣାପଡିଛି ।

ସକାଳୁ ସକାଳୁ ଖବର ପାଇ ଗାଁ ଚୌକିଦାର ଥାନା କୁ ଖବର ଦେଇଥିଲେ । ପୋଲିସ ପହଂଚି ଶବ ଜବତ କରିଥିଲା ,ପରେ ପୋଲିସ ପକ୍ଷରୁ ରୁ ଶବ ବ୍ୟବଛେଦ କରାଇ ପରିବାର ଲୋଳ ଙ୍କୁ ହସ୍ତାନ୍ତର କରିଛି ।

ଏ ନେଇ ମୃତ ରମେଶ ର ସାନ ଭାଇ ବୁଦ୍ଧିମନ୍ତ ସାହୁ ଏତଲା ଦେଇଛନ୍ତି । ଅପରପକ୍ଷେ ରମେଶ ଙ୍କର ୩ ଝିଅ ଗୋଟିଏ ପୁଅ ସ୍ୱଳ୍ପ ଜମି ରେ ପରିବା ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ ରମେଶ । ସ୍ୱଳ୍ପ ରୋଜଗାର ରେ ପରିବାର ଚଳାଇବା ସହ ୩ ଝିଅ ଙ୍କୁ ବିବାହ କରାଇଛନ୍ତି । ପୁଅ ଟି ବାପାଙ୍କୁ ଚାଷ କାମ ରେ ସାହାଯ୍ୟ କରେ ,ଧାର କରଜ ରେ ବୁଡ଼ି ରହିଥିବା ରମେଶ ଅନ୍ୟ ଉପାୟ ନପାଇ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ତେବେ ବାଜିରାଉତ ଙ୍କ ସଂଗ୍ରାମୀ ମାଟିରେ ଚାଷୀ ଆତ୍ମହତ୍ୟା ଭଳି ଦୃଶ୍ୟ ସଭିଙ୍କୁ ଚକିତ କରିଛି ।

new life
You might also like
error: Content is protected !!