News
WhatsApp Image 2023-10-04 at 17.25.00
samparksetu

ମନରେଗା କାର୍ଯ୍ୟରେ ମହାଦୁର୍ନୀତି ; ୧କୋଟି ୫୦ଲକ୍ଷ ଟଙ୍କାର ମିଥ୍ୟା ବିଲ କରି ଟଙ୍କା ହଡପ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ରାଇତଳା ପଞ୍ଚାୟତରେ ମନରେଗା କାର୍ଯ୍ୟରେ ମହାଦୁର୍ନୀତି ହୋଇଥିବା ବିଡ଼ିଓ ଙ୍କ ନିକଟରେ ଅଭିଯୋଗ ହୋଇଛି ମିଥ୍ୟା ବିଲ କରି ୧କୋଟି ୫୦ଲକ୍ଷ ଟଙ୍କା ହଡପ
କରାଯାଇଥିବାର ଅଭିଯୋଗ କରାଯାଇଛି ।

ରାଇତଳା ପଞ୍ଚାୟତରେ ୨୦୧୯-୨୦ ଆର୍ଥିକ ବର୍ଷରେ ଦେଢ କୋଟି ଟଙ୍କାର ମନରେଗା କାର୍ଯ୍ୟରେ ଦୁର୍ନୀତି ହୋଇଛି । ଅଭିଯୋଗ ଅନୁସାରେ ଗତ ୨୦୧୯ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନ ୪ଟି କାର୍ଯ୍ୟ ମୋଟ ୪୦ଲକ୍ଷ ଟଙ୍କାର କରାଯାଇଛି । ମାତ୍ର ୫ଏକର ଜମିରେ ୪ଟି କାର୍ଯ୍ୟ କରାଯାଇଥିବାର ଦର୍ଶାଇ ଏହି ବିଲ କରାଯିବା ସହତି ଟଙ୍କା ହଡପ କରାଯାଇଛି । ସେହିପରି ଫିଡର ଚ୍ୟାନେଲ ଚୁଆବାହାଳୀ ଠାରୁ ସିଆରିଆ ବନ୍ଧ ପର୍ଯ୍ୟନ୍ତ ସାଇଡୱାଲ କାର୍ଯ୍ୟ ଆରମ୍ଭର ଦୁଇ ମାସ ମଧ୍ୟରେ ଭାଙ୍ଗି ଯାଇଥିଲା । ଏ ସମ୍ପର୍କରେ
ବୋଡିଓ ଏବଂ ପିଡି ଙ୍କୁ ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟ।ନୁଷ୍ଠାନ ହେଲା ନାହିଁ ।

ରାଇତଳା ଗ୍ରାମରେ ସଂରକ୍ଷତି ଜଙ୍ଗଲ ଅଧିନରେ ଥିବା ଏକ ଜମିରେ ଡିପିଇପି ସ୍କୁଲ ଖେଳ ପଡିଆ ଏବଂ ମୃତ୍ତିକା ସଂରକ୍ଷଣ ବିଭ।ଗ ଅଧିନରେ ଥିବା ଜମିରେ ଗ୍ରାମ ଖେଳ ପଡିଆ । କାର୍ଯ୍ୟକୁ ୪ଲକ୍ଷ ୧୯ ହଜାର ଟଙ୍କାରେ କରାଇଥିବା ବେଳେ କିଭଳି ସଂରକ୍ଷତି ଜମିରେ କାର୍ଯ୍ୟ ହେଲା ଏବଂ ଗୋଟିଏ ମାସରେ ବିଲ ପ୍ରଦାନ କରାଗଲା ତାକୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମନରେଗା କାର୍ଯ୍ୟରେ ସରକାରୀ ଚାକିରିଆ,ମୃତ ଲୋକଙ୍କ ନାମରେ ଜବ କାର୍ଡ କରାଯାଇ ମଜୁରୀ ପ୍ରଦାନ କରାଯାଇଛି । ଗ୍ରାମର କାଠିଆ ନାଏକ ମୃତ ହୋଇଥିବାବେଳେ ତାଙ୍କ ନାମରେ ମଜୁରୀ ପ୍ରଦାନ କରାଯାଇଛି ।

ସେହିପରି କଳାବତୀ ଜେନା ମୃତ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ନାମରେ ଦୁଇ ଦୁଇଟି ଆକାଉଣ୍ଟ ଖୋଲାଯାଇ ମଜୁରୀ ପ୍ରଦାନ କରାଯାଇଛି । ଗ୍ରାମର କୈଳାସ ଜେନା,ସିପୁ ଜେନା,ନେମ୍ବୁଆ ନାୟକ,ଲଛମନ ନାୟକ,ରିଙ୍କୁ ଦଳେଇ,ଗୌତମ ମହାରଣାଙ୍କ ନାମରେ ଦୁଇ ଦୁଇଟି ଖାତା ଖୋଲାଯାଇ ମଜୁରୀ ପ୍ରଦାନ କରାଯାଛି । ଗୌତମ ମହାରଣା ଜଣେ ସରକାରୀ ଚାକିରିଆ ହୋଇଥଥିବା ବେଳେ ତାଙ୍କ ନାମରେ କିପରି ମଜୁରୀ ପ୍ରଦାନ କରାଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଇତଳା ପଞ୍ଚାୟତରେ କୋଟି କୋଟି ଟଙ୍କାର ମନରୋଗା ଦୁର୍ନୀତି ଖୋଳତାଡ କରିବାକୁ ଦାବି ହୋଇଛି ।

new life
You might also like
error: Content is protected !!