ଢେଙ୍କାନାଳ ବନଖଣ୍ଡରେ ଜଙ୍ଗଲ ନିଆଁକୁ ଆୟତ କରିବା ପାଇଁ ବନ ବିଭାଫ ତରଫରୁ ସଚେତନତା ସହତି କର୍ମଚାରୀଙ୍କୁନ ନିୟୋଜିତ କରାଯାଉଛି । ଏହା ସତ୍ତ୍ୱେ ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଇଦେବା ଫଳରେ ବହୁମୂଲ୍ୟ ଔଷଧୀୟ ଅରଣ୍ୟ ଜଳିଯିବା ସହତି ତିନି ବର୍ଷରେ ଜଳିଗଲାଣି ୭୦୩ ହେକ୍ଟର ଜଙ୍ଗଲ ।
ଢେଙ୍କାନାଳ ବନଖଣ୍ଡରେ ମୋଟ ୧ ହଜାର ୭୩୭ ବର୍ଗ କିଲୋମିଟର ଜଙ୍ଗଲ ସହିତ ୧ ହଜାର ୧୪୧ ବର୍ଗ କିଲୋମିଟର ସଂରକ୍ଷିତ ଜଙ୍ଗଲ,୫୯୬ ବର୍ଗ କିଲୋମିଟର କେଏଫ ଜଙ୍ଗଲ ରହିଛି ।
ଢେଙ୍କାନାଳ,ହିନ୍ଦୋଳ,ମହାବିରୋଡ,କାମାକ୍ଷାନଗର ପୂର୍ବ ,ପଶ୍ଚିମ ସହତି ଭୁବନ,ଷଢଙ୍ଗୀ,କପିଳାସ ଭଳି ୮ଟି ରେଞ୍ଜ ସହିତ ୩୭ଟିସେକସନ ଏବଂ ୧୦୪ଟି ବିଟ ରହିଛି । ପ୍ରତିବର୍ଷ ଜଙ୍ଗଲ ନିଆଁକୁ ଆୟତ କରିବା ପାଇଁ ୧୫୨ଟି ଫାୟାର ଲାଇନ ଗଠନ ହୋଇଛି । ଏପରିକି ବିଭିନ୍ନ ସ୍ଥାନରେ ନିଆଁ ଲାଗିଲେ ସେଥିପାଇଁ ୧୩ଟି ସ୍ପାର୍ଡ ରହିଛି ।ନିଆଁକୁ ଆୟତ କରିବାପାଇଁ ବିଭିନ୍ନ ସ୍ଥାନରେ ସଚେତନ କରାଯିବା ସହତି ୫ଟି ଭ୍ରାମ୍ୟମାଣ ଗାଡିର ବ୍ୟବସ୍ଥା କରାଯାଇଛି ।
ନିଆଁ ଲିଭାଇବା ପାଇଁ ଆବଶ୍ୟକ ସରଞ୍ଜାମ ରହିଥିବା ବେଳେ ଅନ୍ୟାନ୍ୟ ବ୍ୟବସ୍ଥା ବିକରାଯାଇଛି । କିନ୍ତୁ ନିଆଁକୁ ଆୟତ କରିବାରେ ବନବିଭାଗ ସଫଳ ହେଉନାହିଁ । ଶିକାର ଉଦ୍ଦେଶ୍ୟରେ ଶିକାରୀ
ମାନେ ଜଙ୍ଗଲରେ ନିଆଁ ଲଗାଇଦେବା ଫଳରେ ଜଙ୍ଗଲରେ ଥିବା ବାରାହା,ହରିଣ ,କୁତୁରା ,ସମ୍ବର,ଠେକୁଆ ଭଳି ଜୀବକୁ ମାରିବା ପାଇଁ ସହଜ ହେଉଛି ।ପାଣି ପାଇଁ ଏହି ଜୀବ ଗୁଡିକ ଗ୍ରାମ ନିକଟସ୍ଥ ପୋଖରୀ କିମ୍ବା ଜଳାଶୟ ନିକଟକୁ ଚାଲି ଆସୁଥିବାରୁ ସେମାନଙ୍କୁ
ଶିକାର କରାଯାଉଥିବାର ଜଣାପଡିଛି ।
୨୦୧୯ ମସିହାରେ ଢେଙ୍କାନାଳ ରେଞ୍ଜରେ ୯ ହେକ୍ଟର,ହିନ୍ଦୋଳରେ ୩୩,ଷଢଙ୍ଗୀରେ ୮,କାମାକ୍ଷାନଗର ପୂର୍ବ ୨୬,କାମାକ୍ଷାନଗର
ପଶ୍ଚିମ ୪୧,କପିଳାସ ୧,ମହାବିରୋଡ଼ରେ ୬୬ ଏବଂ ଭୁବନରେ ୩ହେକ୍ଟର ଏଭଳି ମୋଟ ୧୭୮ ହେକ୍ଟର ଜଙ୍ଗଲରେ ନିଆଁ ଲାଗି ନଷ୍ଟ ହୋଇଥିଲା । ସେହିପରି ୨୦୨୦ ମସିହାରେ ଢେଙ୍କାନାଳ ରେଞ୍ଜରେ
୦.୭୮ ହେକ୍ଟର,ହିନ୍ଦୋଳରେ ୩,ଷଢଙ୍ଗୀରେ ୬.୧,କାମାକ୍ଷାନଗର ପୂର୍ବ ୪.୭୫,କାମାକ୍ଷାନଗର ପଶ୍ଚିମ ୩.୨୨,କପିଳାସ ୨.୪, ମହାବିରୋଡରେ ୭.୦୬ ଏବଂ ଭୁବନରେ ୧ ହେକ୍ଟର ଏଭଳି ମୋଟ ୨୮.୪୧ ନିଆଁ ଲାଗିଥିବା ବେଳେ ୧ଶହ ହେକ୍ଟର ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି ।୨୦୨୧ ମସିହରେ ଢେଙ୍କାନାଳ ରେଞ୍ଜରେ ୧୩ ହେକ୍ଟର,ହିନ୍ଦୋଳରେ ୧୦୫,ଷଢଙ୍ଗୀରେ ୩୦,କାମାକ୍ଷାନଗର ପୂର୍ବ ୧୬,କାମାକ୍ଷାନଗର
ପଶ୍ଚିମ ୨୫,କପିଳାସ ୧୩୫,ମହାବିରୋଡରେ ୨୦୫ ଏବଂ ଭୁବନରେ ୫ ହେକ୍ଟର ଏଭଳି ମୋଟ ୫୩୬ ହେକ୍ଟର ଜଙ୍ଗଲରେ ନିଆଁ ଲାଗି ନଷ୍ଟ ହୋଇଥିବାର ଜଣାପଡିଛି ।
ଗତ ତିନି ବର୍ଷରେ ବନଖଣ୍ଡରେ ଥିବା ୧ ହଜାର ୪୦୧ ହେକ୍ଟର ଜଙ୍ଗଲରେ ନିଆଁ ଲାଗିଥିବାର ସୂଚନା ମିଳି ଥିବାବେଳେ ବନବିଭ।ଗ ତରଫରୁ ନିଆଁକୁ ଆୟତ କରାଯାଇଥିଲେ ମଧ୍ୟ ୭୦୩ ହେକ୍ଟର ଜଙ୍ଗଲ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି ।