ରକ୍ତଦାତା ବେଳେ ବେଳେ ସାଜିଥାନ୍ତି ଦ୍ଵିତୀୟ ଭଗବାନ । ମେଡିକାଲ ହେଉ ବା ହେଉ କେଉଁ କ୍ୟାମ୍ପ ବା ହେଉ ବ୍ଲଡ଼ବ୍ୟାଙ୍କ ଏହି ସବୁ ସ୍ଥାନ ଗୁଡ଼ିକ ରେ ଆବଶ୍ୟକ ସମୟରେ ରକ୍ତ ଦାନ କିମ୍ବା ରକ୍ତ ଯୋଗାଡ଼ କରି ସାଜିଥାନ୍ତି ଜାଗ୍ରତ ପ୍ରହରୀ । ତେବେ ଏଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ସିଦ୍ଧାର୍ଥ କୁମାର ବେହେରା ।
ଢେଙ୍କାନାଳ ଜିଲ୍ଲା ଗୁଡ଼ିଆନାଳି ଅଞ୍ଚଳ ର ନିବାସୀ ପୂର୍ଣ୍ଣ ଚନ୍ଦ୍ର ବେହେରା ଓ ସୁଵାସିନୀ ବେହେରା ଙ୍କ ଏକମାତ୍ର ପୁତ୍ର ସନ୍ତାନ ହେଉଛନ୍ତି ସିଦ୍ଧାର୍ଥ । ନିଜର ଏ ପଜେଟିଭ ବ୍ଲଡ଼ ଗ୍ରୁପ ହୋଇଥିବା ବେଳେ ରକ୍ତ ଆବଶ୍ୟକ ହେଲେ ସବୁ ସମୟରେ ଯେ କୌଣସି ସ୍ଥାନରେ ପହଁଚି ଯାଇଥାନ୍ତି ସିଏ ।
କେବଳ ସେତିକି ନୁହେଁ ଅନ୍ୟ ଯେ କୌଣସି ଗ୍ରୁପ ର ଆବଶ୍ୟକ ପଡ଼ିଲେ ଯେକୋୖଣସି ସମୟରେ ରକ୍ତଦାତା ର ଆୟୋଜନ ନିହାତି କରିଥାନ୍ତି । ବେଳେବେଳେ ଝଡ଼ ତୋଫାନ ସମୟରେ ନିଜ ସୁରକ୍ଷା ପାଇଁ ସମସ୍ତେ ଘରେ ବସିଥିବା ବେଳେ ଜୀବନ କୁ ଖାତିର ନ କରି ରକ୍ତ ଦାନ ପାଇଁ ପହଂଚି ଯାଇ ଥାଆନ୍ତି ସିଏ । କେବଳ ଏତିକି ନୁହେଁ କୋଭିଡ ମହାମାରୀ ସମୟରେ ମଧ୍ୟ ରକ୍ତଦାନ କରି ଅନନ୍ୟ ଉଦାହରଣ ସାଜିଥିଲେ ସିଏ । ତେବେ ନିଜେ ଦାତା ସାଜି ଅନ୍ୟ ଗ୍ରୁପ ର ୫୦ ରୁ ଅଧିକ ଦାତା ଙ୍କ ଆୟୋଜନ କରିସାରିଛନ୍ତି । କେବଳ ଏତିକି ନୁହେଁ ମହାମାରୀ ଦିନ ଠାରୁ ପ୍ରତ୍ୟେକ ସନ୍ଧ୍ୟା ରେ ବୁଲା ଗାଈ ଏବଂ ଷଣ୍ଢଙ୍କୁ ଖାଦ୍ୟ ଯୋଗାଇ ଆସୁଛନ୍ତି ।
ତେବେ ପୁଅ ଏଭଳି ମହାନ କାର୍ଯ୍ୟ କରୁଥିବାରୁ ନିଜକୁ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ସିଦ୍ଧାର୍ଥ ଙ୍କ ବାପା ଓ ମା । ତେବେ ନିଜେ ନୁହେଁ ଅନ୍ୟଙ୍କୁ ମଧ୍ୟ ରକ୍ତ ଦାନ କରିବାକୁ ଉତ୍ସାହିତ କରାଇବା ନିହାତି ଆବଶ୍ୟକ ବୋଲି ଜଣାଇଛନ୍ତି ସିଦ୍ଧାର୍ଥ । ତେବେ ଜିଲ୍ଲାରେ ବିଗତ ୨ ବର୍ଷ ହୋଇ କାମ କରୁଥିବା ଡିଜିଟାଲ ବ୍ଲଡ଼ ସେବା ” ସମ୍ପର୍କ ସେତୁ ” ଆରମ୍ଭ ଦିନରୁ ରକ୍ତ ଦାତା ଓ ରୋଗୀ ସମ୍ପର୍କୀୟ ଙ୍କ ମଧ୍ୟରେ ଖୁବ ଜଲଦି ଯୋଗାଯୋଗ ସ୍ଥାପନା ହୋଇ ପାରୁଛି ବୋଲି ସିଏ କହିଛନ୍ତି ।