News
WhatsApp Image 2023-10-04 at 17.25.00
samparksetu

କାମାକ୍ଷାନଗର ମେଡ଼ିକାଲରେ ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ କରିବା ପାଇଁ ଉପଜିଲ୍ଲାପାଳଙ୍କୁ ଦାବି

ଢେ଼ଙ୍କାନାଳ ଜିଲ୍ଲା କମାକ୍ଷାନଗର ଉପଖଣ୍ଡ ମେଡ଼ିକାଲରେ ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ପାଇଁ ଆଜି କାମାକ୍ଷାନଗର ସାମ୍ବାଦିକ ସଂଘର ସଦସ୍ୟ ମାନେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କ ସହିତ ଆଲୋଚନା କରିଛନ୍ତି।କିଭଳି ଭାବରେ ରକ୍ତ ଭଣ୍ଡାର ଚାଲୁ ହୋଇ ପାରିବ,ରୋଗି ମାନେ ଏହାର ଲାଭ ଉଠାଇ ପାରିବେ ସେନେଇ ଦାବି ଜଣାଇଛନ୍ତି।

ଏହି ମେଡ଼ିକାଲ ଉପରେ ଉପଖଣ୍ଡର ୪ଟି ବ୍ଲକର ଲୋକଙ୍କ ସମେତ ପଡୋଶି କେଉଁଝର ଜିଲ୍ଲାର ତେଲକୋଇ ବ୍ଲକର ଲୋକମାନେ ମଧ୍ୟ ନିର୍ଭର କରୁଥିବା ବେଳେ ଏଠାରେ ରକ୍ତ ଭଣ୍ଡାର କୁ କାର୍ଯ୍ୟକ୍ଷମ କରାଗଲେ ଲୋକମାନେ ଉପକୃତ ହେବେ।ପୂର୍ବରୁ ରକ୍ତ ଭଣ୍ଡାରଟି ଚାଲୁଥିବା ବେଳେ କିଛି ବର୍ଷ ହେବ ବନ୍ଦ ହୋଇ ପଡିରହିଛି।ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ହେବା ନେଇ ସମସ୍ତ ପ୍ରକାର ଉପକରଣ ରହିଥିବା ବେଳେ ଏହା ଚାଲି ପାରୁନାହିଁ।

new life
You might also like
error: Content is protected !!