News
WhatsApp Image 2023-10-04 at 17.25.00
samparksetu

ହିନ୍ଦୋଳ ମହାବିଦ୍ୟାଳୟ ଶିକ୍ଷା ବିଭାଗରେ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର

   ଢେଙ୍କାନାଳ ଜିଲ୍ଲା ଖଜୁରିଆକଟା ସ୍ଥିତ ହିନ୍ଦୋଳ ମହାବିଦ୍ୟାଳୟ ଶିକ୍ଷା ବିଭାଗରେ ୧୮ ତାରିଖ ସୋମବାର ଦିନ ଜାତୀୟ ଶିକ୍ଷାନୀତି ୨୦୨୦ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନର ଅଭିବୃଦ୍ଧି ଶୀର୍ଷକ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ଏଥିରେ ବିଭାଗୀୟ ମୁଖ୍ୟ ସୁରେଶ ଚନ୍ଦ୍ର ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଅଶୋକ କୁମାର ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l 

ବିଷୟ ଭିତ୍ତିକ ଆଲୋଚନା ଚକ୍ରରେ ମୁଖ୍ୟ ବକ୍ତା ଭାବେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ଅବସର ପ୍ରାପ୍ତ ଡିନ ଡ ରାମଚନ୍ଦ୍ର ଧିର ଯୋଗଦେଇ ଜାତୀୟ ଶିକ୍ଷାନୀତି ୨୦୨୦ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଭବିଷ୍ୟତର ଯୁବପିଢି ମାନଙ୍କୁ ଗବେଷଣା ମୁଖୀ କରିବା ପାଇଁ ପ୍ରେରଣା ଦେବ ବୋଲି ଆହ୍ବାନ ଦେଇଥିଲେ l ସେହିପରି ଷଡ଼ଙ୍ଗୀ ସ୍ଥିତ ଶ୍ରୀଧର ସ୍ବାମୀ ମହାବିଦ୍ୟାଳୟ ଶିକ୍ଷା ବିଭାଗର ମୁଖ୍ୟ ଡ ଅରୁଣଦୋୟ ସ୍ବାଇଁ ଅନ୍ୟତମ ମୁଖ୍ୟବକ୍ତା ରୂପେ ଯୋଗଦେଇ ତାଙ୍କ ବକ୍ତବ୍ୟରେ ଶିକ୍ଷା କିପରି ମାନବ ସମାଜର ସକଳ ଉନ୍ନତିର ସହାୟକ ଏହାରି ଉପରେ ବିଭିନ୍ନ ସଂଜ୍ଞା ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ରୁପେ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ ଓ ବିଶ୍ଵ ବିଦ୍ୟାଳୟ ଅନୁଦାନ ଆୟୋଗର ସଂଯୋଜକ ଦିଲ୍ଲୀପ କୁମାର ଗଡ଼ନାୟକ ଯୋଗଦେଇ ତାଙ୍କ ବକ୍ତବ୍ୟରେ ଜାତୀୟ ଶିକ୍ଷାନୀତି ୨୦୨୦ ଭାରତ ଶିକ୍ଷା ଦିଗ୍ ବଳୟରେ ଏକ ନୂତନ ଉଦ୍ଭାବନ ସୃଷ୍ଟି
କରିବ ବୋଲି ଆଶା ପୋଷଣ କରିଥିଲେ l

ଶିକ୍ଷକ ପ୍ରତିନିଧି ଡ ମହେନ୍ଦ୍ର କୁମାର ସ୍ବାଇଁ ତାଙ୍କ ଅଭିଭାଷଣରେ ଗୁଣାତ୍ମକ ଶିକ୍ଷା କିପରି ଦିଗହରା ସମାଜ ନିମନ୍ତେ ଏକ ମହୋଷଧି ଏହା ଉପରେ ଏକ ଗବେଷଣାତ୍ମକ ନିବନ୍ଧ ମନୁ ଗୁରୁ ଉଡସ୍ ଡେସ୍ପାଚ ପର୍ଯ୍ୟନ୍ତ ଦଖଲ କରିଥିଲେ l ମହାବିଦ୍ୟାଳୟର ବରିଷ୍ଠ କର୍ମଚାରୀ ମଙ୍ଗରାଜ ପ୍ରଧାନ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଶିକ୍ଷା କିପରି ସକଳ ଉନ୍ନତିର ମୂଳ ଉତ୍ସ ତା ଉପରେ ଗଭୀର ଅନୁଶୀଳନ କରି ଛାତ୍ର ଛାତ୍ରୀ ମାନେ ସମୟାନୁବର୍ତ୍ତିତା ଓ କର୍ତ୍ତବ୍ୟ ପରାୟଣ ହୋଇ ଅଧ୍ୟୟନ କଲେ ଗୁଣାତ୍ମକ ଶିକ୍ଷାର ମାନଦଣ୍ଡ ବୃଦ୍ଧି ପାଇବ ବୋଲି ଆଶା ପୋଷଣ କରିଥିଲେ l ଛାତ୍ରୀ ସାଇସ୍ମିତା ପ୍ରିୟଦର୍ଶିନୀ ସାହୁ, ପ୍ରଜ୍ଞା ପାରମିତା ପାଣିଗ୍ରାହୀ, ରୋଜାଲିନ ରାଉତ ଓ ଐଶରା ଦେହୁରୀ ନିଜ ନିଜର ସନ୍ଦର୍ଭ ପାଠ କରିଥିଲେ l ଏହି ଆଲୋଚନା ଚକ୍ରରେ ଅଧ୍ୟାପକ ବିମଳ ପ୍ରଧାନ,ହରମୋହନ ସାହୁ, ଜୟନ୍ତ ନାରାୟଣ ପତି, ଅଧ୍ୟାପିକା ପିପି ସାହୁଙ୍କ ସମେତ ବିଭାଗର ପୁରାତନ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ l

ଆଲୋଚନା ଚକ୍ରରେ ଛାତ୍ର ଛାତ୍ରୀ ଓ ଅଧ୍ୟାପକ ମାନେ ପ୍ରଶ୍ନ ମଞ୍ଚ ମାଧ୍ୟମରେ ସେମାନଙ୍କର ସନ୍ଦେହ ମୋଚନ କରିଥିଲେ l ପରିଶେଷରେ ବିଭାଗ ପକ୍ଷରୁ ମୁଖ୍ୟବକ୍ତା ଙ୍କ ସମ୍ମାନାର୍ଥେ ମୁଖ୍ୟ ଅତିଥି ଉତ୍ତରୀୟ ଓ ମାନପତ୍ର ପ୍ରଦାନ କଲାପରେ ବିଭାଗର ଅନ୍ୟତମ ଅଧ୍ୟାପକ ବ୍ରଜ କିଶୋର ବେହେରା ସମସ୍ତଙ୍କୁ କୃତଜ୍ଞତା ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ l

new life
You might also like
error: Content is protected !!