News
WhatsApp Image 2023-10-04 at 17.25.00
samparksetu

ବିନା ସୂଚନା ଫଳକ ରେ ମନରେଗା କାମ ; ବିଭାଗୀୟ ଅଧିକାରୀ ନିରବ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର କଙ୍କଡ଼ାହାଡ଼ ବ୍ଲକ ଦଶୀପୁର ପଞ୍ଚାୟତ ଗୁରୁଜାଙ୍ଗୁଲି ଗ୍ରାମ ଠାରେ ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ(5T) ଉନ୍ନତିକରଣ ପାଇଁ ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କାର ଅର୍ଥ ମଞ୍ଜୁର ହେଇଛି ।

କୌଣସି କାର୍ୟ୍ଯ ର ଆରମ୍ଭ ପୂର୍ବରୁ ନାଗରିକ ମାନଙ୍କ ପାଇଁ ସୂଚନା ଫଳକ କରି କେଉଁ ବାବଦରେ ଅର୍ଥ ମଞ୍ଜୁର ହେଇଅଛି ସମସ୍ତ ବିବରଣୀ ରହିବା କଥା ଦଶୀପୁର ପଞ୍ଚାୟତ ପାଇଁ ଏହି ନିୟମ ନୁହେଁ କି ?ବିନା ସୂଚନା ଫଳକ ରେ ଦଶୀପୁର ପଞ୍ଚାୟତ ରେ ମନରେଗା କାମ ଚାଲୁଅଛି । ଖେଳ ପଡିଆ ରେ କୌଣସି କାମ ହେଇନାହିଁ ଏଠି ଶ୍ରମିକ ମାନଙ୍କ ଦ୍ୱାରା କାମ ହେଇଅଛି ଦେଖାଇ ଟଂକା ଛଡା ଯାଇଅଛି ।ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ,(୨୪୦୭୦୦୫୦୦୭/AV/୧୦୪୮୬୯୯୮)ରେ ମାଷ୍ଟ୍ରୋଲ ନମ୍ବର ୨୬୮୬୩ ରେ ୭୫୨୫ ଟଙ୍କା ଛଡା ଯାଇଅଛି ।ସୂଚନା ଅନୁସାରେ ବିନା କାମ ରେ ଅନ୍ୟ କିଛି ଶ୍ରମିକ ଙ୍କ ନାମ ରେ ଟଙ୍କା ଛଡା ଯାଇଅଛି ।ଏ ସମ୍ପର୍କରେ ଦଶୀପୁର ପଞ୍ଚାୟତ ଗ୍ରାମ ରୋଜଗାର ସେବକ ଦିପୁନ ନାଏକଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି କାମ ହେଇ ନାହିଁ କାମ କରିଦେବେ ସେଥିପାଇଁ ଡିମାଣ୍ଟ ଦେଇଛି ।

ରାଜ୍ୟ ସରକାର 5T ଉପରେ ଗୁରୁତ୍ୱ ଦେଉଥିଲା ବେଳେ ଏହି କାର୍ଯ୍ୟ ରେ ଅନିୟମିତତା କୁ ସାଧାରଣ ରେ ନାପସନ୍ଦ କରିଛନ୍ତି କନିଷ୍ଟ ଯନ୍ତ୍ରୀ ପ୍ରଦୀପ ମଲ୍ଲିକ ଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହେଇ ପାରି ନଥିଲା ।ଏ ସମ୍ପର୍କରେ ଗୋଷ୍ଟିଉନ୍ନୟନ ଅଧିକାରୀ ବୁଲବୁଲ ବେହେରାଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ଏହି କାମ ଉପରେ ସେ ଜାଣି ନାହାଁନ୍ତି ବୁଝି କରି ମତାମତ ଦେବେ।ଢେଙ୍କାନାଳ ଜିଲ୍ଲାପାଳ ଏହା କୁ ଗୁରୁତ୍ୱ ସହିତ ନେଇ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ସାଧାରଣ ରେ ଦାବି ହେଇଛି ।

new life
You might also like
error: Content is protected !!