News
WhatsApp Image 2023-10-04 at 17.25.00
samparksetu

ପୌରପାଳିକା କର୍ତ୍ତୃପକ୍ଷ ଙ୍କ କାମ କୁ ନେଇ ଅସନ୍ତୋଷ ଅଞ୍ଚଳ ବାସୀ, ମୁଖ୍ୟମନ୍ତ୍ରୀ ଙ୍କ ପାଖକୁ ଗଲା ଅଭିଯୋଗ ପତ୍ର !

ଯାହି ତାହିକି ଚାଲିଛି କାମ କେଉଁଠି ରାସ୍ତା ସମାନ ନାହିଁ ତ କେଉଁଠି ଡ୍ରେନ ସମାନ ଯୋଗୁଁ ନାଳପାଣି ଜମା ହୋଇ ପୋଚ ପାଲଟି ଗଲାଣି ତ କେଉଁଠି କାମ ପରେ ପାଣି ନ ଦେବାରୁ ଉଡୁଛି ସିମେଣ୍ଟ ଗୁଣ୍ଡ । କିଛି ଏଭଳି ଅବ୍ୟବସ୍ଥା ଘେରରେ ଢେଙ୍କାନାଳ ପୋୖରପାଳିକାର ଚାଲିଛି ଡ୍ରେନ ଓ ରାସ୍ତା କାମ ଅଭିଯୋଗ କରିଛନ୍ତି ସହର ବାସୀ ।

ସୂଚନା ଅନୁଯାୟୀ ଦୀର୍ଘ ୨୦ ବର୍ଷ ର ରକ୍ଷଣାବେକ୍ଷଣ ହୋଇନଥିବା ୱାର୍ଡ ନମ୍ବର ୨ ରେ  ନିର୍ବାଚନ ପୂର୍ବରୁ ଆରମ୍ଭ ହେଲା ଡ୍ରେନ ଓ ରାସ୍ତା ମରାମତି କାମ, କାମ ସରିବା ଉପରେ ହେଲେ କାମ ହୋଇଛି ନିମ୍ନ ମାନର । ଏତେ ନିମ୍ନ ଯେ କେଉଁଠି ରଡ଼ ଦିଶୁଚି ତ କେଉଁଠି ଡ୍ରେନ ର  ସିମେଣ୍ଟ ଛାଡିଲାଣି ଅନ୍ୟ କେଉଁଠି ଡ୍ରେନ ସମାନ ହେତୁ ମାଟି ଜମି ପୋଚ ଜମା ହେଲାଣି । ତେବେ ଏଭଳି ନିମ୍ନ ମାନର କାମ ପାଇଁ ଦାୟୀ କିଏ ଏହାର ତନଖି କରିବା କଣ କର୍ତ୍ତୃପକ୍ଷ କିମ୍ବା ଯନ୍ତ୍ରୀ ଙ୍କ ଦାୟିତ୍ୱ ନୁହେଁ କି । ଏଭଳି ବିଭିନ୍ନ ପ୍ରଶ୍ନ ଉଠିଥିବା ବେଳେ କାମ ବେଳେ କୌଣସି ଯନ୍ତ୍ରୀ କିମ୍ବା ଅଧିକାରୀ ଙ୍କ ଦେଖା ମିଳୁନଥିବାର କହିଛନ୍ତି କିଛି ସ୍ଥାନୀୟ ବାସିନ୍ଦା ।

ତେବେ ଅଭିଯୋଗ ପରେ କାମ ସ୍ଥାନକୁ ଆସିବି କୌଣସି ଫଳ ମିଳୁନଥିବାର ଜଣାଯାଇଛି । ତେବେ ପୋୖରପାଳିକା ଅଧିକାରୀ ଏତେ ନିଷ୍କ୍ରିୟ କାହିଁକି । କାହା ତତ୍ୱବଧାନ ରେ ଚାଲିଛି ଏତେ ନିମ୍ନମାନର କାମ ।

ସ୍ଥାନୀୟ କିଛି ବରିଷ୍ଠ ନାଗରିକଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଏନେଇ ଏକ ଅଭିଯୋଗ ପତ୍ର ଲିଖିତ ହୋଇଥିବାର ଜଣାଯାଇଛି । ତେବେ 5T ନାରା ରାଜ୍ୟ ସାରା ପ୍ରଚଳିତ ଥିବା ବେଳେ ଦେଖା ଯାଉ ଢେଙ୍କାନାଳ ପୋୖରପାଳିକା ରେ ଏହି 5T କେତେ କାର୍ଯ୍ୟକାରୀ ହେବ ସେଇ ସମୟ କୁ ସ୍ଥାନୀୟ ବାସିନ୍ଦା ଅପେକ୍ଷା କରିଛନ୍ତି ।

new life
You might also like
error: Content is protected !!