News
WhatsApp Image 2023-10-04 at 17.25.00
samparksetu

ସଡ଼କ ଦୁର୍ଘଟଣାରେ ଦୁଇ ଗୁରୁତର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବଡସୁଆଁଳ ନିକଟରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି l ଗୁରୁତର ଦୁଇଜଣ ହେଲେ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ବେଗୁନିଆନାଳୀ ଗ୍ରାମର ଶଶୀକିଷାନ ଓ ଦିପୁନ କୁମାର ପ୍ରଧାନ l

ସୂଚନା ଅନୁଯାୟୀ, ଉଭୟ ଏକ ବାଇକ ଯୋଗେ ନିଜ ଗ୍ରାମ ରୁ ଯାଜପୁର ଅଭିମୁଖେ ଏକ ଇଣ୍ଟରଭିୟୁ ଦେବାପାଇଁ ଯାଉଥିବା ବେଳେ ବଡ଼ସୁଆଁଳ ନିକଟରେ ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲେ l ସ୍ଥାନୀୟ ଲୋକ ଙ୍କ ଠାରୁ ସୂଚନା ପାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଉଭୟ ଙ୍କୁ କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରାଯାଇଛି l

ସେଠାରେ ଉଭୟ ଙ୍କ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି l ଉଭୟଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଗୋଡ଼ ଭାଙ୍ଗିଯାଇଛି l

new life
You might also like
error: Content is protected !!