News
WhatsApp Image 2023-10-04 at 17.25.00
samparksetu

ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଦୁର୍ନୀତି ଘଟଣା ; ଖବର ପ୍ରକାଶ ପରେ ରାତାରାତି ତିଆରି ହେଲା ସୂଚନା ଫଳକ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଦଶୀପୁର ପଞ୍ଚାୟତ ଗୁରୁଜାଙ୍ଗୁଲି ଗ୍ରାମ ଠାରେ ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ (5T) ଉନ୍ନତିକରଣ ପାଇଁ ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କାର ଅର୍ଥ ମଞ୍ଜୁର ହେଇଅଛି ।କୌଣସି କାର୍ଯ୍ୟର ଆରମ୍ଭ ପୂର୍ବରୁ ନାଗରିକ ମାନଙ୍କ ପାଇଁ ସୂଚନା ଫଳକ କରି କେଉଁ ବାବଦରେ ଅର୍ଥ ମଞ୍ଜୁର ହେଇଅଛି ସମସ୍ତ ବିବରଣୀ ରହିବା କଥା ଦଶୀପୁର ପଞ୍ଚାୟତ ପାଇଁ ଏହି ନିୟମ ନୁହେଁ କି ?ବିନା ସୂଚନା ଫଳକ ରେ ଦଶୀପୁର ପଞ୍ଚାୟତ ରେ ମନରେଗା କାମ ଚାଲୁଅଛି ।

ସୂଚନା ଫଳକ ଖବର ଗଣମାଧ୍ୟମ ରେ ପ୍ରକାଶିତ ପରେ ରାତି ଅଧରେ ସୂଚନା ଫଳକ ତିଆରି କରାଯାଇଥିଲା।ନିଉଜ ଲେଖିଲା ବେଳକୁ କେବଳ ସୂଚନା ଫଳକ ହେଇଥିଲା ବେଳେ ଫଳକରେ ନାଗରିକ ମାନଙ୍କ ପାଇଁ କୌଣସି ସୂଚନା ଲେଖା ଯାଇନଥିଲା।ଖେଳ ପଡିଆ ରେ କୌଣସି କାମ ହେଇନାହିଁ ଏଠି ଶ୍ରମିକ ମାନଙ୍କ ଦ୍ୱାରା କାମ ହେଇଅଛି ଦେଖାଇ ଟଂକା ଛଡା ଯାଇଅଛି ।

ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ (୨୪୦୭୦୦୫୦୦୭/AV/୧୦୪୮୬୯୯୮) ରେ ମାଷ୍ଟ୍ରୋଲ ନମ୍ବର ୨୬୮୬୩ ରେ ୭୫୨୫ ଟଙ୍କା ଛଡା ଯାଇଅଛି ।ସୂଚନା ଅନୁସାରେ ବିନା କାମ ରେ ଅନ୍ୟ କିଛି ଶ୍ରମିକ ଙ୍କ ନାମ ରେ ଟଙ୍କା ଛଡା ଯାଇଅଛି ।ଏ ସମ୍ପର୍କରେ ଦଶୀପୁର ପଞ୍ଚାୟତ ଗ୍ରାମ ରୋଜଗାର ସେବକ ଦିପୁନ ନାଏକଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି କାମ ହେଇ ନାହିଁ କାମ କରିଦେବେ ସେଥିପାଇଁ ଡିମାଣ୍ଟ ଦେଇଛି ।

ରାଜ୍ୟ ସରକାର 5T ଉପରେ ଗୁରୁତ୍ୱ ଦେଉଥିଲା ବେଳେ ଏହି କାର୍ଯ୍ୟ ରେ ଅନିୟମିତତା କୁ ସାଧାରଣ ରେ ନାପସନ୍ଦ କରିଛନ୍ତି ।କନିଷ୍ଟ ଯନ୍ତ୍ରୀ ପ୍ରଦୀପ ମଲ୍ଲିକ ଙ୍କ ସହିତ ଯୋଗାଯୋଗ କରିବାରୁ ସେ ମତାମତ ଦେଇଥିଲେ କାମ ପୂର୍ବରୁ ସୂଚନା ଫଳକ ନିର୍ମାଣ ପାଇଁ କହିଥିଲୁ ସେମାନେ କରି ନାହାଁନ୍ତି ।

ଏଠି ପ୍ରଶ୍ନ ଉଠେ ମନରେଗା କାମରେ ସୂଚନା ଫଳକ ନିର୍ମାଣ କିଏ କରେ ଆଉ କାହାକୁ ବିଭାଗୀୟ ଯନ୍ତ୍ରୀ କହିଥିଲେ ।ଏ ସମ୍ପର୍କରେ ଗତକାଲି ଗୋଷ୍ଟିଉନ୍ନୟନ ଅଧିକାରୀ ବୁଲବୁଲ ବେହେରାଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ଏହି କାମ ଉପରେ ସେ କିଛି ଜାଣି ନାହାଁନ୍ତି ବୁଝି କରି ମତାମତ ଦେବେ କହିଥିଲା ବେଳେ ଆଜି ପୁଣି ବିଡ଼ିଓ ଙ୍କ ସହିତ ଯୋଗାଯୋଗ କରିବାରୁ ସେ କିଛି ମତାମତ ଦେଇ ନଥିଲେ ।ଢେଙ୍କାନାଳ ଜିଲ୍ଲାପାଳ ଏହା କୁ ଗୁରୁତ୍ୱ ସହିତ ନେଇ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ସାଧାରଣ ରେ ଦାବି ହେଇଛି ।

new life
You might also like
error: Content is protected !!