ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମ ରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟମେଳା ଶିବିର ଅନୁଷ୍ଠିତ ହୋଇଯାଇଛି l ମଠକରଗୋଳା ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଆୟୋଜିତ ଏହି ଶିବିର କୁ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l
ଏହି ପରିପ୍ରେକ୍ଷୀରେ ଶ୍ରୀ ସାହୁ ସ୍ୱାସ୍ଥ୍ୟମେଳା ର ଆୟୋଜନ ସମ୍ପର୍କ ରେ ଉପସ୍ଥିତ ଲୋକମାନଙ୍କୁ ବିସ୍ତୃତ ଭାବେ ବୁଝାଇବା ସହ ରାଜ୍ୟ ସରକାର ଙ୍କ ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ କିଭଳି ସାଧାରଣ ଲୋକ ଙ୍କ ପାଖରେ ପହଞ୍ଚାଇପାରିବ ସେ ନେଇ ତପ୍ତରତା ଦେଖାଇବାକୁ ଉପସ୍ଥିତ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ଅନ୍ୟ ପାରାମେଡିକାଲ କର୍ମଚାରୀ ଙ୍କୁ ଅବଗତ କରାଇଥିଲେ l
ତତ ସହିତ ସାଧାରଣ ରୋଗୀ ଙ୍କୁ ଡାକ୍ତର ମାନେ ନମ୍ରଭାବେ ବ୍ୟବହାର ଦେଖାଇବା ନେଇ ମଧ୍ୟ ଉପସ୍ଥିତ ଡାକ୍ତର ମାନଙ୍କୁ ସମ୍ବୋଧନ କରିଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଭୁବନ ବ୍ଲକ ଅଧକ୍ଷl ସିପ୍ରାରାଣୀ ବରାଳ, ଭୁବନ ଏନଏସି ଅଧକ୍ଷ ଶୁଭେନ୍ଦୁ ସାହୁ,ଜିଲ୍ଲାପରିଷଦ ସଭ୍ୟ ରମାକାନ୍ତ ସାହୁ, ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅଶୋକ କୁମାର ଦାଶ,ଜ୍ୟୋତିଷ୍କ ଚନ୍ଦ୍ର ମହାପାତ୍ର, ମଠକରଗୋଳା ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଭାଗବତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ l ଏହି ସ୍ୱାସ୍ଥ୍ୟମେଳା ରେ ମୁଖଗହ୍ୱର, କ୍ୟାନ୍ସର, ଗାଇନିଙ୍ଗ ସମେତ ଅଠର ଟି ଷ୍ଟଲ କରାଯାଇଥିଲା l ଭୁବନ ବ୍ଲକ ର ଅଠର ଟି ପଞ୍ଚାୟତ ର ଶହଶହ ଜନସାଧାରଣ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହ ମାଗଣା ରେ ଔଷଧ ନେଇଥିଲେ l
କାର୍ଯ୍ୟକ୍ରମ କୁ ମନୋଜ କୁମାର ରାଉଳ ପରିଚାଳନା କରିଥିବା ବେଳେ ମଠକରଗୋଳା ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ l