News
WhatsApp Image 2023-10-04 at 17.25.00
samparksetu

ଶବ ବ୍ୟବଚ୍ଛେଦ ଗୃହ କାର୍ଯ୍ୟକ୍ଷମ ପାଇଁ ଦାବି

ଗଁଦିଆ ବ୍ଲକରେ ଥିବା ଶ୍ରୀମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ ବର୍ଷ ହେଲା ନିର୍ମିତ ହୋଇଥିବା ଶବ ବ୍ୟବଚ୍ଛେଦ କେନ୍ଦ୍ର ଟି ଆଜି ସୁଦ୍ଧା କାର୍ଯ୍ୟକ୍ଷମ ହୋଇ ନପାରିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।

ଉକ୍ତ ବ୍ଲକର ୨୯ଗୋଟି ଗ୍ରାମ ପଂଚାୟତ ଅଛି ଏହା ଭୌଗଳିକ ଦୃଷ୍ଟି କୋଣରୁ ଜିଲ୍ଲାର ଏକ ବଡ଼ ବ୍ଲକ ଅଟେ ଏହି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟ ସେବା ନିମନ୍ତେ ଏଠିକାର ସମସ୍ତ ଜନସାଧାରଣ ନିର୍ଭରଶୀଳ ଥିବା ବେଳେ ଅନ୍ୟ ଦୃଷ୍ଟି କୋଣରୁ ଶବ ବ୍ୟବଚ୍ଛେଦ କେନ୍ଦ୍ରଟି ଅଦ୍ୟାବଧି କାର୍ଯ୍ୟକ୍ଷମ ନହେବା ଫଳରେ ଅନେକ ସମୟରେ ଅସୁବିଧା ମାନ ସୃଷ୍ଟି ହେଉଛି ।

ଯାହାଫଳରେ ଶବ ବ୍ୟବଚ୍ଛେଦ ନିମନ୍ତେ ସଦା ସର୍ବଦା ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡୁଛି । ସେଥିପାଇଁ ଗରିବ ଲୋକମାନେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତତ ସହିତ ଅନେକ ସମୟରେ ଶବ ବ୍ୟବଚ୍ଛେଦ ହୋଇନପାରିବା ଫଳରେ ପରିବାର ସଦସ୍ୟ ମାନେ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ର ଠାରେ ଅଟକି ରହିବାକୁ ପଡୁଅଛି ଯେହେତୁ ଏଠାରେ ୪ବର୍ଷ ହେଲା ଉକ୍ତ ଗୃହଟି ନିର୍ମାଣ କରାଯାଇଅଛି । ତେଣୁ ଏହାକୁ ତୁରନ୍ତକାର୍ଯ୍ୟ କ୍ଷମ କରିବାପାଇଁ ଢେଙ୍କାନାଳ ଜିଲ୍ଲାପାଳଙ୍କ ଠାରେ ଜନସାଧାରଣମାନଙ୍କ ପକ୍ଷରୁ ଦାବି ହେଉଅଛି ।

new life
You might also like
error: Content is protected !!