ମଣିଷ ଆଜି ମଣିଷ ହୋଇଛି
ଏଇ ମଣିଷ ପାଇଁ
ମଣିଷ ଆଜି ଅମଣିଷ ସାଜିଛି
ଏଇ ମଣିଷ ପାଇଁ ।।
ମଣିଷ ଆଜି ଉନ୍ନତି କରିଛି
ଏଇ ମଣିଷ ପାଇଁ
ମଣିଷ ଆଜି ରସାତଳିକି ଯାଇଛି
ଏଇ ମଣିଷ ପାଇଁ ।।
ମଣିଷ କାଲିବି ପୋଥି ରଚୁଥିଲା
ଏଇ ମଣିଷ ପାଇଁ
ମଣିଷ ଆଜିବି ଗ୍ରନ୍ଥ ଲେଖୁଛି
ଏହି ମଣିଷ ପାଇଁ।।
ମଣିଷ ଆଜି ଏଇଠି ପହଞ୍ଚିଛି
ଏଇ ମଣିଷ ପାଇଁ
ମଣିଷ କାଲିକି ନଥିବ ବି
ଏଇ ମଣିଷ ପାଇଁ ।।
✍️ସୁଦିପା ସାହୁ