ଗଁଦିଆ ବ୍ଲକ ଅନ୍ତର୍ଗତ ଖଙ୍କିରା ସରକାରୀ ଉଚ୍ଚବିଦ୍ୟାଳୟରେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ନିମନ୍ତେ ଅଭିଭାବକ ଓ ଶିକ୍ଷୟତ୍ରୀଙ୍କର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ମାଟ୍ରିକ ପରୀକ୍ଷା ନିମନ୍ତେ ଅଭିଭାବକଙ୍କ ଭୂମିକା,ପାଠ୍ୟ ଖସଡା ପ୍ରତି ଦୃଷ୍ଟି, ପ୍ରାକ ପ୍ରସ୍ତୁତି, କୋଭିଡ ୧୯ର ସମସ୍ତ ନିୟମ ପାଳନ, ବିଦ୍ୟାଳୟର ଉନ୍ନତୀ ଦିଗରେ ସମସ୍ତଙ୍କ ଦାୟିତ୍ୱ ଓ ଭୂମିକା ଉପରେ ଆଲୋଚନା କରାଯାଇଥିଲ। ।
ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁମତି ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅଜୟ ଧୀର ଶିକ୍ଷୟତ୍ରୀ ସଂଘମିତ୍ରା ସାମଲ ଯୋଗଦାନ କରି ଏକ ସୁନ୍ଦର ବାତାବରଣ ମଧ୍ୟରେ ଶୈକ୍ଷିକ ଓ ଛାତ୍ରଛାତ୍ରୀ ଙ୍କର ଉନ୍ନତୀ କାମନା କରାଯାଇଥିଲା।