ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ବଳରାମ ପ୍ରସାଦ ଗାଁର ବୃଦ୍ଧ ହରେକୃଷ୍ଣ ଜେନା ଙ୍କୁ ପିଟି ପିଟି ହତ୍ୟା କରାଯାଇଥିବାର ଅଭିଯୋଗ କଲେ ପରିବାର ଲୋକ ।
ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଘର ବାହାରେ ଶୋଇଥିବାବେଳେ ତାଙ୍କ ମୁଣ୍ଡକୁ କିଛି ଦୁର୍ବୃତ୍ତ ଠେଙ୍ଗାରେ ପିଟି ଦେବାରୁ ସେ ଗୁରୁତର ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ପରିବାର ପକ୍ଷରୁ ଢେଙ୍କାନାଳ ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି ।