ଢେଙ୍କାନାଳ ଜିଲ୍ଲା ପ୍ରଶାସନ ତରଫରୁ ଦିନ ୧୧ରୁ ଅପରାହ୍ନ ୩ ପର୍ଯ୍ୟନ୍ତ ଶ୍ରମିକ ମାନଙ୍କୁ କାର୍ଯ୍ୟରେ ନିୟୋଜିତ ନ କରିବାରୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସରକାରଙ୍କ ନିର୍ଦ୍ଦେଶକୁ ଜିଲ୍ଲାରେ ଥିବା କଳକାରଖାନା ଗୁଡିକ ମାନିବାକୁ ନାରାଜ । ନିଜସ୍ୱ ନିୟମରେ କଳକାରଖାନା ଗୁଡିକ ଚାଲୁଥିବା ବେଳେ ଶ୍ରମିକ ମାନଙ୍କୁ ପ୍ରବଳ ଗରମ ଏବଂ ଦ୍ୱିପ୍ରହରେ ପ୍ରବଳ ଖରାରେ କାର୍ଯ୍ୟ କରାଉଥିବାର ଜଣାପଡିଛି । ଜିଲ୍ଲା ପ୍ରଶାସନ ଏବଂ ଶ୍ରମ ବିଭାଗ କାଗଜ କଲମରେ ନିୟମ କରିଦେଇ ନିରବଦ୍ରଷ୍ଟା ସାଜିଛନ୍ତି ।
ଏପରିକି ଜିଲ୍ଲାର ୫୫ ନଂ ଜା୍ତୀୟ ରାଜପଥର ୫୦ କିଲୋମିଟର ମଧ୍ୟରେ ଜଳଛତ୍ର ଟିଏ ଦେଖିବାକୁ ମିଳୁନାହିଁ । ଢେଙ୍କାନାଳ ଜିଲ୍ଲାରେ ୨୦୧୧ ଜନଗଣନା ଅନୁସାରେ ୧୧ ଲକ୍ଷ ୯୨ହଜାର ୯୪୮ ଲୋକ ବସବାସ କରୁଥିବ। ବେଳେ ସେମାନଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ୬ ଲକ୍ଷ ୧୨ହଜାର ୫୯୭ ହୋଇଥିବା ବେଳେ ମହିଳା ମାନଙ୍କ ସଂଖ୍ୟା ୫ଲକ୍ଷ ୮୦ ହଜାର ୩୫୧ ବୋଲି ପରିସଂଖ୍ୟାନରୁ ଜଣାପଡଛି । ଜିଲ୍ଲାର ୮ଟି ବ୍ଳକରେ ୨୧୨ଟି ଗ୍ରାମପଞ୍ଚାୟତ ରହିଥିବା ବେଳେ ୧୦୬୭ଟି ମୁଖ୍ୟ ଗ୍ରାମ ରହିଛି। ଜିଲ୍ଲାରେ ମୋଟ ୮ଟି ବ୍ଳକ୍ ରହିଥିବ। ବେଳେ ୨୧୨ଟି ଗ୍ରାମ ପଞ୍ଚାୟତ ରହିଛି ।
ଜିଲ୍ଲାରେ ମୋଟ ୫ହଜାର ୬୩୬ଟି ଶିଳ୍ପ ସଂସ୍ଥା ରହିଥିବା ବେଳେ ୧ ହଜାର ୨୯୪ଟି ପଞ୍ଜିକରଣ ସଂସ୍ଥା ରହିଛନ୍ତି । ଜିଲ୍ଲାରେ ୫ଟି ଇଣ୍ଡଷ୍ଟ୍ରିଆଲ ରହିଥିବା ବେଳେ କୃଷିଭିତ୍ତିକ ୧ ହଜାର ୩୭୬ଟି ଶିଳ୍ପ ରହିଛି । ଟେକ୍ସଟାଇଲ ଭିତିକ ୪୬୨ଟି , କାଠ କାର୍ଯ୍ୟ ସମ୍ପର୍କିତ ୩୨୩ ଟି , ପେପର ଏବଂ ଆନୁସଙ୍ଗିକ ସଂସ୍ଥା ୧୨୨ଟି , ଚମଡା ଭିତ୍ତିକ ୧୨ଟି,ରାସାୟନିକ ଶଳ୍ପି ସମର୍କିତ ୧୦୨ଟି , ରବର ଏବଂ ପ୍ଲାଷ୍ଟିକ ୮୩ଟି , ବିଦ୍ୟୁତ୍ ସଂରଞ୍ଜାମ ୫୮ଟି, ମରାମତି କରୁଥିବା ସଂସ୍ଥା ୧ ହଜାର ୪୨୫ଟି ଏବଂ ୩୬୧ଟି ଅନ୍ୟାନ୍ୟ ସଂସ୍ଥା ଜିଲ୍ଲାରେ କାର୍ଯ୍ୟ କରୁଥିବାର ତଥ୍ୟରୁ ଜଣାପଡିଛି ।
ଏହି ସବୁ ସଂସ୍ଥାରେ ହଜାର ହଜାର ଶ୍ରମିକ କାର୍ଯ୍ୟ କରୁଥିବା ବେଳେ
୩୨ ହଜାର ୮୦୮ ଦିନ ମଜୁରିଆ ଏହି ସଂସ୍ଥା ଉପରେ ନିର୍ଭଳ ଶୀଳ ଅଟନ୍ତି । ପ୍ରତିବର୍ଷ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ସହିତ ଦୈନିକ ତାପମାତ୍ରା ୪୦ରୁ ୪୪ଡିଗ୍ରୀ ପର୍ଯ୍ୟନ୍ତ ରହିଥାଏ । କିନ୍ତୁ ଏହିସବୁ ତାପମାତ୍ରାରେ ଦନି ମଜୁରିଆ,ଶ୍ରମିକ ମାନେ କଳକାରଖାନରେ ପେଟ ପାଇଁ କାର୍ଯ୍ୟ କରୁଥିବା ବେଳେ ଅକାଳରେ ଜୀବନ ଚାଲିଯାଇଥାଏ । ଅଂଶୁଘାତର ଶିକାର ହୋଇ ପ୍ରାଣ ହରାଇଥିବା ଲୋକମାନଙ୍କର ସଂଖ୍ୟା ଓଡ଼ିଶାରେ ସର୍ବାଧିକ ଢେଙ୍କାନାଳ ଜିଲ୍ଲାରେ ବୋଲି ଜଣାପଡିଛି ।
ଗତ ୧୯୯୯ ମସିହ। ଠାରୁ ୨୦୧୯ବପର୍ଯ୍ୟନ୍ତ ୨୦ ବର୍ଷ ମଧ୍ୟରେ ଜିଲ୍ଲାରେ ୪୭୯ଜଣ ଙ୍କ ଜୀବନ ହାନୀ ଘଟଥିବା ବେଳେ କଟକରେ ୩୨୧,ସମ୍ବଲପରୁ ରେ ୨୨୯,ଖୋର୍ଦ୍ଧାରେ୨୧୬, ସନ୍ଦୁରଗଡରେ ୨୧୩,ବାଲେଶ୍ୱରରେ ୨୦୬,ନୟାଗଡରେ ୧୮୫,ଗଞ୍ଜାମରେ
୧୭୭ ଓ ଜୟପରୁ ରେ ୧୭୪ ଜଣ ବୋଲି ଜଣାପଡିଛି ।
ଗ୍ରୀଷ୍ମ ପ୍ରବାହ ସମୟରେ ପ୍ରଶାସନର ନିର୍ଦ୍ଦେଶକୁ ଶିଳ୍ପାନୁଷ୍ଠାନ ଗୁଡିକ ଦିନ ୧୧ରୁ ୩ଟା ପର୍ଯ୍ୟନ୍ତ କାମ କରାଇବା,ଉପଯକ୍ତୁ ପାନୀୟ ଜଳର ବ୍ୟବସ୍ଥା ନକରିବା ଦ୍ୱାରା ଏଭଳି ସମସ୍ୟା ଦେଖାଦେଇଛି । ପ୍ରଶାସନ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବାକୁ ନିଦ୍ଦେର୍ଶ ଦେଉଥିବା ବେଳେ ଗାଁ କଲ୍ୟାଣ ସମିତି,ପଞ୍ଚାୟତ ,ଏନଏସି ପକ୍ଷରୁ ରାସ୍ତା କଡ଼ରେ
ଜଳଛତ୍ର ବି ଖୋଲା ଯାଇନାହିଁ ।
ରାସ୍ତାରେ ଗଛ ନଥିବା ଯୋଗୁଁ ବାଟୋଇ ମାନେ ଆଶ୍ରୟ ନେବାକୁ ମଧ୍ୟ ସ୍ଥାନ ନାହିଁ । କଣ୍ଟାବଣିଆ ଠାରୁ ୫୫ ନମ୍ବର ଜାତୀୟ ରାଜପଥର ଗୋବିନ୍ଦପରୁ ପର୍ଯ୍ୟନ୍ତ କୌଣସି ସ୍ଥାନରେ କଳକାରଖାନା,ପ୍ରଶାସନ
କିମ୍ବା କୌଣସି ସଂସ୍ଥା ପକ୍ଷରୁ ଜଲଛତ୍ର କରାଯାଇନାହିଁ । ଜିଲ୍ଲାରେ ଥିବା ଶିଳ୍ପାନୁଷ୍ଠାନ ଗୁଡିକ ପାରିପାର୍ଶ୍ବିକ ଉନ୍ନୟନ ପାଇଁ ଟଙ୍କା ଖର୍ଚ୍ଚ କଋଣଥିବା ବେଳେ ଜିଲ୍ଲାର ମିନେରଲ ଏବଂ ମାଇନ୍ସ ଫଣ୍ଡ ବି ଗ୍ରୀଷ୍ମ ଋତୁରେ ଖର୍ଚ୍ଚ କରା ଯାଉନଥିବାର ଜଣାପଡିଛି । ଫଳରେ ଜିଲ୍ଲାରେ ଅଂଶୁଘାତ ସଂଖ୍ୟାବୃଦ୍ଧି ପାଇ ରାଜ୍ୟରେ ପ୍ରଥମ ସ୍ଥାନରେ ।